ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ହରାଇ T20 ୱର୍ଲ୍ଡ କପ୍ 2026 ଜିତିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନେ ଉତ୍ସବ ପାଳନ କରୁଛନ୍ତି।
T20 ୱର୍ଲ୍ଡ କପ୍ 2026: ଫାଇନାଲରେ ଭାରତର ରେକର୍ଡ ସ୍କୋର, ୯୬ ରନରେ ବିଜୟ
ସଞ୍ଜୁ ସାମସନଙ୍କ ୮୯ ରନର ଝଡ଼, ଫାଇନାଲରେ ଭାରତର ବିଶାଳ ବିଜୟ
ବୁମ୍ରା-ଅକ୍ଷରଙ୍କ ଘାତକ ବୋଲିଂ, ନ୍ୟୁଜିଲ୍ୟାଣ୍ଡ ୧୫୯ରେ ଅଲ୍ଆଉଟ୍
ଅହମଦାବାଦ: କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ଆଶା ଆଉ ଅପେକ୍ଷାର ଅନ୍ତ ଘଟାଇ ଟିମ୍ ଇଣ୍ଡିଆ ରଚିଛି ଇତିହାସ । T20 World Cup ଫାଇନାଲ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାଜିତ କରି ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଚ୍ୟାମ୍ପିଅନ୍ ହୋଇଛି। ଏହା ସହ ଭାରତ T20 ୱର୍ଲ୍ଡ କପ୍ ଇତିହାସରେ ତୃତୀୟ ଥର ପାଇଁ ଟ୍ରଫି ଜିତି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।
https://odishadays.in/2026-t20-world-cup-history/: Team India Again World Champion:ଇତିହାସ ରଚିଲା ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡକୁ ହରାଇ ଲଗାତାର ଦ୍ୱିତୀୟଥର T20 ୱର୍ଲ୍ଡ କପ୍ ଚାମ୍ପିୟନ୍!ଫାଇନାଲରେ ଭାରତର ବିଶାଳ ସ୍କୋର
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମହାମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ମୋଟ ୨୫୫ ରନର ବିଶାଳ ସ୍କୋର କରିଥିଲା। T20 ୱର୍ଲ୍ଡ କପ୍ ଫାଇନାଲ୍ ଇତିହାସରେ ଏହା ସବୁଠାରୁ ବଡ଼ ସ୍କୋର ଭାବେ ରେକର୍ଡ ହୋଇଛି।
ସଞ୍ଜୁ ସାମସନଙ୍କ ଧମାକେଦାର ଇନିଂସ୍
ଭାରତୀୟ ଦଳର ଜିତରେ ସଞ୍ଜୁ ସାମସନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ୪୬ଟି ବଲରେ ୮୯ ରନର ଧମାକେଦାର ପାରି ଖେଳିଥିଲେ ସଞ୍ଜୁ । ତାଙ୍କର ଏହି ପାରିରେ ଅନେକ ଚୌକା ଓ ଛକା ଥିଲା।
ଏହା ସହିତ ଇଶାନ କିଶନ ମଧ୍ୟ ଅର୍ଧଶତକ ହାସଲ କରିଥିଲେ। ଅଭିଷେକ ଶର୍ମା ୫୨ ରନ କରି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ। ଶେଷରେ ଶିବମ ଦୁବେ କେବଳ ୮ଟି ବଲରେ ୨୬ ରନ କରି ଦଳର ସ୍କୋରକୁ ୨୫୫ ପହଞ୍ଚାଇଥିଲେ।
ବୁମ୍ରା ଓ ଅକ୍ଷରଙ୍କ ଘାତକ ବୋଲିଂ
୨୫୬ ରନ ଲକ୍ଷ୍ୟର ପିଛା କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳର ଓପନିଂ ଭଲ ହୋଇନଥିଲା। ଭାରତୀୟ ବୋଲରମାନେ ଆରମ୍ଭରୁ ଚାପ ସୃଷ୍ଟି କରିଥିଲେ।
ଅକ୍ଷର ପଟେଲ ଫିନ୍ ଏଲେନ ଓ ଗ୍ଲେନ୍ ଫିଲିପ୍ସଙ୍କୁ ସସ୍ତାରେ ଆଉଟ୍ କରି ନ୍ୟୁଜିଲ୍ୟାଣ୍ଡକୁ ଚାପରେ ପକାଇଦେଇଥିଲେ। ପରେ ଜସପ୍ରିତ ବୁମ୍ରା ତାଙ୍କ ଘାତକ ବୋଲିଂରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନ୍ଅପକୁ ଭାଙ୍ଗିଦେଇଥିଲେ।
ନ୍ୟୁଜିଲ୍ୟାଣ୍ଡ ଦଳ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ୧୫୯ ରନରେ ଅଲ୍ଆଉଟ୍ ହୋଇଗଲା।
ୱର୍ଲ୍ଡ କପ୍ରେ ଭାରତର ଦମଦାର ଯାତ୍ରା
T20 ୱର୍ଲ୍ଡ କପ୍ 2026 ରେ ଭାରତ ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା। ଗ୍ରୁପ୍ ଷ୍ଟେଜ୍ରେ ଟିମ୍ ଇଣ୍ଡିଆ USA, ନାମିବିଆ, ପାକିସ୍ତାନ ଓ ନେଦରଲ୍ୟାଣ୍ଡକୁ ହରାଇଥିଲା।
ସୁପର-8 ରେ ସାଉଥ ଆଫ୍ରିକା ବିପକ୍ଷରେ ହାର ପରେ ଟିମ୍ ଇଣ୍ଡିଆ ଜିମ୍ବାବେ ଓ ୱେଷ୍ଟଇଣ୍ଡିଜ୍କୁ ହରାଇ ସେମିଫାଇନାଲ୍କୁ ପହଞ୍ଚିଥିଲା।
ସେମିଫାଇନାଲ୍ରେ ଇଂଲ୍ୟାଣ୍ଡକୁ ପରାସ୍ତ କରି ଭାରତ ଫାଇନାଲ୍କୁ ପ୍ରବେଶ କରିଥିଲା ଏବଂ ଶେଷରେ ନ୍ୟୁଜିଲାଣ୍ଡକୁ ହରାଇ ପୁଣିଥରେ ବିଶ୍ୱ ଚ୍ୟାମ୍ପିୟନ୍ ହୋଇଛି।
Team India ର ଏହି ବିଜୟ ବିଷୟରେ ଆପଣଙ୍କ ମତ କଣ? Comment କରନ୍ତୁ।