ଚୀନର ଜିସିକିଆଓ ଗାଁରେ ପୋଷାଯାଉଥିବା ସାପ
ଏହା ଏଭଳି ଏକ ଗାଁ ଯେଉଁଠାରେ ପ୍ରତି ଘରେ ଚାଷ କରାଯାଏ ସାପ । ପ୍ରତିବର୍ଷ ଏଠାରେ ପ୍ରାୟ ୩ ମିଲିୟନ୍ (୩୦ ଲକ୍ଷ) ସାପ ପୋଷାଯାଉଛି। ଏଠାକାର ଲୋକେ ନିଜେ ସାପ ଖାଇବା ସହିତ ରପ୍ତାନୀ ମଧ୍ୟ କରନ୍ତି । ବିଶ୍ବରେ ସାପ ମାଂସର ଚାହିଦା ଏବେ ପୂରଣ କରୁଛି ଏହି ଗାଁ ।
ବିଶ୍ୱର ଅଦ୍ଭୁତ ଗାଁ: ଏଠି ଘରେ ଘରେ ସାପ,
ଘରେ ଘରେ ସାପ ଫାର୍ମ, ବର୍ଷକୁ ୩୦ ଲକ୍ଷ ଉତ୍ପାଦନ
ଜୀବିକା ପାଇଁ ଲାଗିଛି ଜୀବନର ବାଜି !
ଏଠି ଘରେ ଘରେ ସାପ । ଦାଣ୍ଡକୁ ଯାଆନ୍ତୁ କି ବାରି ପଛକୁ, ଏ ଗାଁର ପ୍ରତିଟି ପରିବାର ପାଖରେ ରହିଛି ଶହଶହ ସାପ । ଆଖିରେ ନ ଦେଖିଲେ ଏକଥାକୁ ବିଶ୍ବାସ କରିବା ସହଜ ନୁହେଁ । କିନ୍ତୁ ବିଶ୍ବର ସପ୍ତାଶ୍ଚର୍ଯ୍ୟ ଭଳି, ଏହା ମଧ୍ୟ ଗୋଟିଏ ସତ । ସାପ ବହୁଳତା କାରଣରୁ ଚୀନର ଜେଜିଆଙ୍ଗ ପ୍ରାନ୍ତର ଜିସିକିଆଓ ଗାଁ ବୋଲାଉଛି “Snake Village” ବା ସାପ ଗାଁ । ହିସାବ କଲେ ଏ ଗାଁରୁ ବର୍ଷକୁ ବାହାରିଯିବେ ଲକ୍ଷାଧିକ ସାପ । କିନ୍ତୁ କିପରି ଓ କାହିଁକି, ଜାଣିବାକୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
() ସମଗ୍ର ବିଶ୍ୱର ଆକର୍ଷଣର କେନ୍ଦ୍ର ପାଲଟିଛି ଚୀନର ଏକ ଛୋଟ ଗାଁ ଜିସିକିଆଓ । ଏ ଗାଁକୁ ବୁଲି ଗଲେ ଆପଣ ଧାନ, ଗହମ, କୁକୁଡା ଛେଳି ଭଳି ଚାଷ କମ୍ ଦେଖିବେ ଏବଂ ବାଟରେ କେବଳ ସାପ ହିଁ ସାପଙ୍କୁ ଭେଟିବେ । କାରଣ ଏହା ଏଭଳି ଏକ ଗାଁ ଯେଉଁଠାରେ ପ୍ରତି ଘରେ ଚାଷ କରାଯାଏ ସାପ । ପ୍ରତିବର୍ଷ ଏଠାରେ ପ୍ରାୟ ୩ ମିଲିୟନ୍ (୩୦ ଲକ୍ଷ) ସାପ ପୋଷାଯାଉଛି। ଏଠାକାର ଲୋକେ ନିଜେ ସାପ ଖାଇବା ସହିତ ରପ୍ତାନୀ ମଧ୍ୟ କରନ୍ତି । ବିଶ୍ବରେ ସାପ ମାଂସର ଚାହିଦା ଏବେ ପୂରଣ କରୁଛି ଏହି ଗାଁ ।
କିପରି ଆରମ୍ଭ ହେଲା ସାପ ଚାଷ?
୧୯୮୦ ଦଶକରେ ଏହି ଗାଁର ଜଣେ କୃଷକ ୟାଙ୍ ହଂଚାଙ୍ଗ ପାହାଡ଼ରୁ ସାପ ଧରି ବିକ୍ରି କରୁଥିଲେ। ପରେ ସେ ଚିନ୍ତା କଲେ ଯଦି ଏଭଳି ଧରାଯାଏ ତେବେ ଜଙ୍ଗଲର ସାପ ସମାପ୍ତ ହୋଇଯିବ। ସେଥିପାଇଁ ସେ ଘରେ ସାପ ପାଳନ ଆରମ୍ଭ କଲେ। କେବଳ କିଛି ବର୍ଷରେ ଏହା ବଡ଼ ବ୍ୟବସାୟରେ ପରିଣତ ହେଲା ଓ ଗାଁର ଅନେକ ଲୋକ ସାପ ଚାଷ କରିବାକୁ ଆଗେଇ ଆସିଲେ ।
ଏହା ମଧ୍ୟ ପଢନ୍ତୁ:
https://odishadays.in/a-5-foot-snake-crawl-on-the-bed-the-girl-suddenly-disappears/: Chinas Snake Farming Village: ସାପଙ୍କ ଗାଁ ଜିସିକିଆଓ, ଏଇଠି ଅଛନ୍ତି ଲକ୍ଷଲକ୍ଷ ସାପ!ଘରେ ଘରେ ସାପ ଫାର୍ମ
ଆଜି ଏହି ଗାଁର ପ୍ରାୟ ୧୬୦ ପରିବାର ସାପ ପୋଷା କାମରେ ଲାଗିଛନ୍ତି। ଗାଁର ଲୋକମାନେ କୋବ୍ରା, ଭାଇପର ଓ ପାଇଥନ୍ ପରି ବିଭିନ୍ନ ପ୍ରଜାତିର ସାପ ପୋଷନ୍ତି। ଅନେକ ଘରର ବାଡ଼ିପଛରେ ହଜାର ହଜାର ସାପ ଭାଡି କରି ରଖାଯାଇଛି।
କାହିଁକି ଏତେ ସାପ ପୋଷାଯାଏ?
ଚୀନର ଲୋକେ ସାପ ମାଂସରୁ କେବଳ ବ୍ୟଞ୍ଜନ ତିଆରି କରନ୍ତି ନାହିଁ ବରଂ ଏଠାକାର ପାରମ୍ପରିକ ଔଷଧରେ ମଧ୍ୟ ଏହାର ଗୁରୁତ୍ବ ରହିଛି। ଯେମିତିକି ସାପର ବିଷ, ଚର୍ମ, ଯକୃତ ଏବଂ ପିତ୍ତଥଳି ପ୍ରଭୃତି ଔଷଧ ତିଆରିରେ ବ୍ୟବହାର ହୁଏ। କିଛି ସାପରୁ snake wine ଓ snake powder ମଧ୍ୟ ପ୍ରସ୍ତୁତ କରାଯାଏ।
ବିଦେଶକୁ ମଧ୍ୟ ହୁଏ ରପ୍ତାନି
ଏହି ଗାଁରୁ ଆମେରିକା, ଜର୍ମାନୀ, ଜାପାନ ଓ ଦକ୍ଷିଣ କୋରିଆକୁ ମଧ୍ୟ ସାପ ରପ୍ତାନି ହୁଏ। ଏହା ଗାଁର ଲୋକଙ୍କ ପାଇଁ ଏକ ବଡ଼ ଆୟର ସ୍ରୋତ ହୋଇପାରିଛି।
ବିପଦ ମଧ୍ୟ କମ୍ ନୁହେଁ
ସାପ ପୋଷା କମ୍ , ବିପଦଜନକ ବେଶୀ। ଅନେକ କୃଷକଙ୍କୁ ସାପ କାମୁଡ଼ିଥିବା ଘଟଣା ମଧ୍ୟ ଘଟିଛି। କିନ୍ତୁ ଗାଁର ଲୋକମାନେ ଏହାକୁ ନିଜ ପେଶା ଭାବରେ ଆଦରି ନେଇଛନ୍ତି । ଜୀବିକା ପାଇଁ ଲାଗିଛି ଜୀବନର ବାଜି ! ଏହାକୁ ନେଇ ଆପଣଙ୍କ ମତ କଣ କମେଣ୍ଟ କରନ୍ତୁ ।
Read more: Chinas Snake Farming Village: ସାପଙ୍କ ଗାଁ ଜିସିକିଆଓ, ଏଇଠି ଅଛନ୍ତି ଲକ୍ଷଲକ୍ଷ ସାପ!