New research by scientists on turning back age claims human lifespan will increase after 2030.
ଡିଏନଏ ଓ AI ସହ ମଣିଷର ବୟସ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛନ୍ତି ବୈଜ୍ଞାନିକ।
ବୟସ ଉପରେ ରହିବ ନିୟନ୍ତ୍ରଣ
ବୁଢା ପୁଣି ହେବେ ଯୁବକ: ବୈଜ୍ଞାନିକଙ୍କ ଚମତ୍କାର ଦାବି
କେମିତି ଫେରିବ ଯୌବନ?
ଆଉ ଆସିବ ନାହିଁ ମୃତ୍ୟୁ… ମରିବ ନାହିଁ ମାନବ… ଲୋକେ ହେବେ ଅମର। ଏମିତି ଏକ ସମୟ ଆସିପାରେ ଯେବେ ମଣିଷର ଜୀବନରେ ବୟସ ଓ ମୃତ୍ୟୁ ଆଉ ଭୟର କାରଣ ରହିବ ନାହିଁ। ବୃଦ୍ଧ ଲୋକେ ପୁଣି ଯୁବକ ହୋଇଯିବେ, ଯୌବନ ଫେରି ଆସିବ ଓ ବୟସ ଉପରେ ମଣିଷ ନିଜେ ନିୟନ୍ତ୍ରଣ ହାସଲ କରିପାରିବ।
ଏଭଳି ଏକ ଅଜବ କିନ୍ତୁ ଚମତ୍କାର ଦାବି କରିଛନ୍ତି ଆନ୍ତର୍ଜାତୀୟ ନନ-ପ୍ରାକ୍ଟିସ ସଂଗଠନ ହ୍ୟୁମାନିଟି ପ୍ଲସ ସହ ଜଡିତ ବୈଜ୍ଞାନିକ ଡାକ୍ତର ଜୋସେ କାର୍ଡିରୋ। ତାଙ୍କ ମତାନୁସାରେ ବୈଜ୍ଞାନିକମାନେ ବୟସକୁ ନିୟନ୍ତ୍ରଣ କରିପାରିବା ଭଳି ଏକ ଫର୍ମୁଲା ଖୋଜିବାରେ ସଫଳତା ମଧ୍ୟ ପାଇସାରିଛନ୍ତି।
୨୦୩୦ରୁ ଆରମ୍ଭ ହେବ ନୂଆ ଯୁଗ?
ଡାକ୍ତର କାର୍ଡିରୋଙ୍କ ଦାବି ଅନୁଯାୟୀ, ୨୦୩୦ ପରେ ମଣିଷ ନିଜର ଆୟୁଷକୁ ବର୍ଷ ପରେ ବର୍ଷ ବଢ଼ାଇପାରିବ। ସବୁ କିଛି ଠିକ ଚାଲିଲେ ୨୦୪୫ ପରେ ଏହି ଗବେଷଣା ମାଧ୍ୟମରେ ମଣିଷଙ୍କୁ ଅମର କରିବା ସମ୍ଭବ ହୋଇପାରେ।
କେମିତି ଫେରିବ ଯୌବନ?
ଅବଶ୍ୟ ବୟସକୁ କେମିତି ପଛକୁ ଫେରାଯିବ ଓ କେମିତି ମୃତ୍ୟୁକୁ ମାତ ଦିଆଯିବ — ଏହା ନେଇ ବୈଜ୍ଞାନିକମାନେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ଦେଇନାହାନ୍ତି। କିନ୍ତୁ ମିଳୁଥିବା ସୂଚନା ଅନୁସାରେ, ଏହି ପ୍ରକ୍ରିୟାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ବଡ଼ ଭୂମିକା ରହିପାରେ।
ଏଆଇ ସହାୟତାରେ ମଣିଷର ଆୟୁଷ ବୃଦ୍ଧି କରାଯିବ ଓ ଏମିତି ଦିନ ଆସିପାରେ ଯେବେ ମଣିଷ ଶତାବ୍ଦୀ ପର୍ଯ୍ୟନ୍ତ ଜୀବିତ ରହିପାରିବ।
ମୂଷା ଉପରେ ସଫଳ ପରୀକ୍ଷା
ବୈଜ୍ଞାନିକମାନେ କହିଛନ୍ତି ଯେ ବୟସ ପଛକୁ ଫେରାଇବା ନେଇ କରାଯାଇଥିବା ଗବେଷଣାରେ ପ୍ରଥମ ସଫଳତା ମିଳିଛି। ହାଭାର୍ଡ ମେଡିକାଲ ସ୍କୁଲ ଓ ବୋଷ୍ଟନ ୟୁନିଭର୍ସିଟିର ଲ୍ୟାବରେ କରାଯାଇଥିବା ଗବେଷଣାରେ ବୃଦ୍ଧ ମୂଷାମାନଙ୍କ ବୟସ ପଛକୁ ଫେରିଥିବା ଦେଖାଯାଇଛି।
ଅର୍ଥାତ ବୃଦ୍ଧ ମୂଷାମାନେ ପୁଣି ଯୁବ ଅବସ୍ଥାର ଲକ୍ଷଣ ଦେଖାଇଥିଲେ। ବୟସ ବଢ଼ିବା ସହିତ ଯେଉଁ ମୂଷାମାନଙ୍କ ଦୃଷ୍ଟିଶକ୍ତି କମିଯାଇଥିଲା, ସେମାନେ ପୁଣି ସଠିକ ଭାବେ ଦେଖିପାରୁଥିବା ଲକ୍ଷ୍ୟ କରାଯାଇଥିଲା।
ବୟସ ଉପରେ ନିୟନ୍ତ୍ରଣର ରହସ୍ୟ — ଡିଏନଏ
ବୈଜ୍ଞାନିକମାନଙ୍କ ମତାନୁସାରେ ବୟସ ଉପରେ ନିୟନ୍ତ୍ରଣ ହାସଲ କରିବାରେ ମଣିଷର ଡିଏନଏ ମୁଖ୍ୟ ଭୂମିକା ନିଭାଇବ। ଗବେଷଣାରେ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ମଣିଷ ଶରୀର ଯୁବାବସ୍ଥାର ଏକ “ବ୍ୟାକଅପ କପି” ରଖିଥାଏ।
ଯଦି ଏହି ପ୍ରକ୍ରିୟାକୁ ସକ୍ରିୟ କରାଯାଏ, ତେବେ ଶରୀରର କୋଷ ପୁଣି ନୂଆ କରି ସୃଷ୍ଟି ହେବ। ଫଳରେ ମଣିଷ ଅଧିକ ସମୟ ପର୍ଯ୍ୟନ୍ତ ଯୁବ ଦେଖାଯିବ।
ଗବେଷଣା ହେଲେ ସଫଳ — ଅମର ହେବ ମାନବ?
ବୟସ ଏକ ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ ଯଦି ବୈଜ୍ଞାନିକମାନଙ୍କ ଏହି ଗବେଷଣା ସଫଳ ହୁଏ, ତେବେ ଭବିଷ୍ୟତରେ ମଣିଷର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିପାରେ। ମଣିଷ ଶତାବ୍ଦୀ ପର୍ଯ୍ୟନ୍ତ ଜୀବିତ ରହିପାରିବା ସହ ଅମରତ୍ବର ସ୍ୱପ୍ନ ମଧ୍ୟ ସତ୍ୟ ହୋଇପାରେ।
ଯଦିଓ ଏହି ଗବେଷଣାକୁ ସଫଳ କରିବା ପାଇଁ ଆହୁରି ବହୁତ ପରୀକ୍ଷା ଓ ଗବେଷଣା ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି।