ଯୁଦ୍ଧ ମଧ୍ୟରେ ଇରାନରେ ଶାସନ ସଙ୍କଟ ବଢୁଛି। ରିପୋର୍ଟ ଅନୁଯାୟୀ ମୋଜତବା ଖାମେନେଇ କୋମାରେ ଥିବା ଆଶଙ୍କା, ଯାହା ଦେଶର ନେତୃତ୍ୱ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ଇରାନରେ ଶତାବ୍ଦୀର ସବୁଠୁ ବଡ଼ ରାଜନୈତିକ ସଙ୍କଟ!
କିଏ ନେଉଛି ଏ ଯୁଦ୍ଧର ନେତୃତ୍ବ ?
IRGC ହାତରେ ଥାଇପାରେ ଇରାନର କମାଣ
ନେତା ମୃତ, ଯୋଦ୍ଧା ସହିଦ ଆଉ ଅସ୍ତ୍ର ଶେଷ ! ଧ୍ବଂସ ସ୍ତୁପ ପାଲଟିଛି ଇରାନ ! ପରାଜୟର ଦ୍ବାର ଦେଶରେ ପହଞ୍ଚିଛି ମଧ୍ୟପ୍ରାଚ୍ୟର ଏ କ୍ଷୁଦ୍ର ଦେଶ ! ଇରାନରେ ଶତାବ୍ଦୀର ସବୁଠୁ ବଡ଼ ରାଜନୈତିକ ଭୂକମ୍ପ? ତେହେରାନ ଉପରେ ଘନଉଛି ବିପଦ! କେଉଁ ମୁହୂର୍ତ୍ତରେ ବି ବିଜୟ ଘୋଷଣା କରିପାରନ୍ତି ଆମେରିକା ଓ ଇସ୍ରାଏଲ ! କାରଣ ଇରାନର ଶାସନ ଗାଦି ଏବେ ନେତା ଶୂନ୍ୟ ! ନୂଆ ସୁପ୍ରିମ୍ ଲିଡର ଗାୟବ ! ଯୁଦ୍ଧର ଜ୍ବାଳାରେ ପୂରା ଦେଶ ଜଳୁଥିବା ବେଳେ ଆୟତୋଲ୍ଲାଙ୍କର ପତ୍ତା ମିଳୁନାହିଁ ! ତଥାପି ମୁଣ୍ଡ ନୁଆଁଉ ନାହିଁ ଇରାନ୍ । ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟରେ କରୁଛି ଗୋଟିଏ ପରେ ଗୋଟିଏ ପ୍ରହାର । ପ୍ରଥମେ ତୈଳ ପ୍ରହାର ପରେ ଏବ ଓ୍ବାରଟ ବମ୍ । ଆତ୍ମରକ୍ଷା ପାଇଁ ସବୁ ପ୍ରକାରର ଯୁଦ୍ଧ ରଣନୀତି ଆପଣାଉଛି ଇରାନ୍ । କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଲା, ନୂଆ ସୁପ୍ରିମ୍ ଲିଡର ଗାୟବ ଥିବା ବେଳେ କିଏ ନେଉଛି ଏ ଯୁଦ୍ଧର ନେତୃତ୍ବ ? କିଏ ଚଳାଉଛି ଦେଶ? ଆୟତୋଲ୍ଲା ବାସ୍ତବରେ ଜୀବିତ ନା ମୃତ? ଯଦି ଜୀବିତ, ତେବେ ଏ ଘଡିସନ୍ଧି ମୁହୂର୍ତ୍ତରେ କାହିଁକି ସମ୍ମୁଖକୁ ଆସୁନାହାନ୍ତି ଆୟତୋଲ୍ଲା? କି ଖେଳ ଖେଳୁଛି ଇରାନ୍ ?
() ପୂର୍ବତନ ସୁପ୍ରିମ୍ ଲିଡର ଆଲି ଖାମେନେଇ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତବା ଖାମେନେଇ କୁ ଇରାନ ନିଜର ନୂଆ ଆୟାତୋଲ୍ଲା ବା ସୁପ୍ରିମ ଲିଡର ଘୋଷଣା କରିଥିଲା । ମାତ୍ର ଏବେ ମୋଜତବା ଖାମେନେଇଙ୍କୁ ନେଇ ଓ୍ବାର ଜୋନରୁ ଆସିଛି ବଡ଼ ଖବର । ଆଲି ଖାମେନେଇଙ୍କ ଜୀବନ ନେଇଥିବା ଆମେରିକୀୟ ଏୟାର ଷ୍ଟ୍ରାଇକ୍ରେ ଗୁରୁତର ମୋଜତବା ଖାମେନେଇ କାଳେ କୋମାକୁ ଚାଲିଯାଇଛନ୍ତି । ଗୁପ୍ତ ସୁରକ୍ଷା ବଳ ଭିତରେ ତେହେରାନର କେଉଁ ଏକ ହସ୍ପିଟାଲ ବେଡରେ ନିସ୍ତେଜ ପଡିଛନ୍ତି ମୋଜତବା । ତାଙ୍କ ଶରୀରରେ ଗଭୀର ଆଭ୍ୟନ୍ତରୀଣ କ୍ଷତ ରହିଛି । ଖାଲି ଏତିକି ନୁହେଁ, କାଳେ ତାଙ୍କର ଗୋଟିଏ ଗୋଡ ମଧ୍ୟ କାଟିବାକୁ ପଡିଛି । ଏ ରିପୋର୍ଟ କହୁଛି ମୋଜତବା ଖାମେନେଇ ବି ଜୀବିତ । କିନ୍ତୁ ରିପୋର୍ଟର ସତ୍ୟତା ଉପରେ ବଢିଛି ସନ୍ଦେହ । କାରଣ ନୂଆ ସୁପ୍ରିମ୍ ଲିଡର ଭାବେ ଘୋଷଣା ହେବା ପରେ ମୋଜତବା ଖାମେନେଇଙ୍କୁ ଏପର୍ଯ୍ୟନ୍ତ କୌଣସି ଭିଡିଓ ରେ କିମ୍ବା ସାର୍ବଜନୀନ ଭାବେ ଦେଖା ଦେଇନାହାନ୍ତି। ତାଙ୍କୁ ନେଇ ଏ ରିପୋର୍ଟ କେବଳ ଟିଭି ଆଙ୍କର୍ ଦ୍ୱାରା ପଢ଼ାଯାଇଥିଲା। ଏହା ହିଁ ମୋଜତବାଙ୍କ ଜୀବିତ ଥିବା ନେଇ ସନ୍ଦେହ ବଢାଉଛି ?
କିଏ ଚାଳାଉଛି ଇରାନ?
ବହୁ ବିଶ୍ଳେଷକ କହୁଛନ୍ତି, ବର୍ତ୍ତମାନ ଇରାନର ପୂରା କମାଣ IRGC ବା ଇସ୍ଲାମିକ ରିଭଲୁସନରୀ ଗାର୍ଡ କୋର୍ପସ ହାତରେ ଥାଇପାରେ । IRGC ହେଉଛି ଇରାନର ସବୁଠୁ ପ୍ରଭାବଶାଳୀ ସେନା ସଂଗଠନ। କେତେକ ରିପୋର୍ଟରେ ଏମିତି ବି ଆଶଙ୍କା କରାଯାଇଛି ଯେ, ମୋଜତବା ଖାମେନେଇ ହସ୍ପିଟାଲରେ କୋମାରେ ଥିବାବେଳେ ଦେଶର ଯୁଦ୍ଧ ରଣନୀତି ନିଜେ ଚାଳାଉଛି IRGC ।
ଇରାନ ସରକାର କଣ କହୁଛି?
ସେପଟେ ମୋଜତବା ଖାମେନେଇ ସୁସ୍ଥ ବୋଲି କହି ନୂଆ ପ୍ରହେଳିକା ସୃଷ୍ଟି କରିଛନ୍ତି ଇରାନ ସରକାର ସମସ୍ତ ଖବରକୁ ଖଣ୍ଡନ କରି । ଇରାନ ସରକାର କହିଛନ୍ତି ମୋଜତବା ଖାମେନେଇ ସୁସ୍ଥ ଅଛନ୍ତି
ଏବଂ ସେ ହିଁ ଦେଶର ନେତୃତ୍ୱ ନେଉଛନ୍ତି। କିନ୍ତୁ ସେ କାହିଁକି ସାମ୍ନାକୁ ଆସୁନାହାନ୍ତି ବୋଲି ପ୍ରଶ୍ନ ହେଲେ ଏହାର କୌଣସି ଉତ୍ତର ଇରାନ ସରକାରଙ୍କଠାରୁ ମିଳୁନାହିଁ।
ପ୍ରାଣ ହରାଇଛନ୍ତି ଏହି ସବୁ ନେତା
ସୁପ୍ରିମ୍ ଲିଡର ଅଲ୍ଲି ଖାମେନେଇ, IRGC କମାଣ୍ଡର ମହମ୍ମଦ ପାକପୋର, ପ୍ରତିରକ୍ଷାମନ୍ତ୍ରୀ ଅଜିଜ ନାସିରଜାଦେ, ଇରାନ ସେନା ମୁଖ୍ୟ ଅବଦୁଲରହିମ ମୌସାଭି, ସୁପ୍ରିମ୍ ନ୍ୟାସନାଲ ସିକ୍ୟୁରିଟି କାଉନସିଲ୍ ମୁଖ୍ୟ ଅଲ୍ଲି ଶାମଖାନି ଏବଂ କୁଦ୍ସ ଫୋର୍ସ କମାଣ୍ଡର କାସିମ ସୁଲେମାନି । ଯୁଦ୍ଧରେ ଇରାନ ହରାଇସାରିଛି ଏ ସମସ୍ତ ଟପ୍ ଲିଡରମାନଙ୍କୁ । ସେପଟେ ଅସ୍ତ୍ର ସରି ଆସୁଥିବା ବେଳେ ଇରାନ୍ ବିରୋଧରେ ବିଜୟର ଉଦ୍ଘୋଷ ଦେଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯୁଦ୍ଧରେ ଇରାନ୍ର ବଡ଼ବଡ଼ ମୁଣ୍ଡ ଟଳିପଡିଲେଣି । ଓ୍ବାର ଜୋନରେ ସୃଷ୍ଟି ହୋଇଛି ଇରାନ ସୈନ୍ୟଙ୍କ ଶବର ପାହାଡ । ଇରାନ ସେନାର ଅସ୍ତ୍ରଗାର ବି ଖାଲି ହୋଇଗଲାଣି । ଏମିତିରେ ଏ ଯୁଦ୍ଧ ଆଉ ବେଶୀ ଦିନ ଚାଲିବ ନାହିଁ ବୋଲି କହି ବୁଲୁଛନ୍ତି ଏ ଯୁଦ୍ଧ ସୂତ୍ରଧର ଟ୍ରମ୍ପ । କିନ୍ତୁ ଆଧୁନିକ ଇରାନ ନଇଁବା ପରିବର୍ତ୍ତେ ଆତ୍ମରକ୍ଷାର ସବୁ ହାତକଣ୍ଡା ଆପଣାଉଛି ।
ଇରାନର ସତ କ’ଣ?
ବିଶ୍ବର ତୈଳ ଧମନୀ କୁହାଯାଉଥିବା ଷ୍ଟ୍ରେଟ ଅଫ ହାରମୋଜକୁ ବନ୍ଦ କରିବା ପରେ ଏବେ ଆଖପାଖ ପଡୋଶୀ ଦେଶର ଲାଇଫ ଲାଇନ କୁହାଯାଉଥିବା ଡିସାଲିନେସନ ପ୍ଲାଣ୍ଟ ଉପରେ ହମଲା କରୁଛି । ଇରାନର ଏ ନୂଆ ଷ୍ଟ୍ରାଟେଜୀରେ ଉଭୟ ଇସ୍ରାଏଲ ଓ ଆମେରିକା ବି ଅବାକ୍ ! ପ୍ରଶ୍ନ ଉଠୁଛି ଯେ, ନୂଆ ସୁପ୍ରିମ୍ ଲିଡର ଆୟତୋଲ୍ଲା ଗାୟବ ଥିବା ବେଳେ ଇରାନ ଯେଉଁ ଓ୍ବାର ଷ୍ଟ୍ରାଟେଜୀ ଆପଣାଉଛି ସେସବୁ ପଛରେ କିଏ? ବାସ୍ତବରେ କଣ କେଉଁ ବଙ୍କରରେ ଲୁଚି ରହି ଯୁଦ୍ଧର ନେତୃତ୍ବ ନେଉଛନ୍ତି ନୂଆ ସୁପ୍ରିମ୍ ଲିଡର ମୋଜତବା ଖାମେନେଇ ନା ଇରାନର ଯୁଦ୍ଧ ନୀତି ପଛରେ ରହିଛି IRGC ? ଯଦି ଏହା ସତ ହୋଇଥାଏ ତେବେ କେବଳ ଇରାନ ପାଇଁ ନୁହେଁ ପୁରା ମଧ୍ୟପ୍ରାଚ୍ୟ ପାଇଁ ବଡ଼ ସଙ୍କଟ ହୋଇପାରେ। କାରଣ ଇରାନ ପରମାଣୁ କ୍ଷମତା ରଖେ । ଏମିତିରେ ଇରାନର ସତ ଜାଣିବାକୁ ଚାହୁଁଛି ବିଶ୍ବ ।