ଡ୍ରୋନ୍, ଡାର୍କ ୱେବ୍ ଓ କ୍ରିପ୍ଟୋ ଫଣ୍ଡିଂକୁ ଟାର୍ଗେଟ କରିବ ଭାରତର ନୂଆ ନୀତି PRAHAAR
ଆତଙ୍କବାଦୀଙ୍କ ଡିଜିଟାଲ୍ ନେଟୱର୍କ ଭଙ୍ଗିଦେବ ‘PRAHAAR’! ଜାଣନ୍ତୁ ଭାରତର ନୂଆ ରଣନୀତି
ଆକ୍ରମଣ ପୂର୍ବରୁ ହିଁ ହେବ ଆତଙ୍କୀଙ୍କ ନାଶ! କ’ଣ PRAHAAR ନୀତି?
ସ୍ଲିପର ସେଲ୍, ଡାର୍କ ୱେବ୍ ଓ କ୍ରିପ୍ଟୋ ଟଙ୍କା — ସବୁକୁ ଟାର୍ଗେଟ କରିବ PRAHAAR
ଡ୍ରୋନ୍… ଡାର୍କ ୱେବ୍… କ୍ରିପ୍ଟୋ… ଏବେ ସବୁଠି ରହିବ ସରକାରଙ୍କ ନଜର। ନକ୍ସଲଙ୍କ ପାରେ ଏବେ ଆତଙ୍କବାଦୀଙ୍କ ପାଳି । ଭାରତର ‘ପ୍ରହାର’ରେ ନିପାତ ହେବେ ଆତଙ୍କବାଦୀ ।
ଆକ୍ରମଣ ପୂର୍ବରୁ ହିଁ ରୋକି ଦିଆଯିବା ଆତଙ୍କବାଦୀଙ୍କ ପୂରା ଷଡଯନ୍ତ୍ର । ଅର୍ଥ ଓ ଅସ୍ତ୍ର, ସବୁ ଲିଙ୍କ୍ କାଟି କରିଦିଆଯିବ ସବୁଆଡୁ ନିରସ୍ତ୍ର । ସ୍ଲିପର ସେଲ୍ ହେଉ କି ଡିଜିଟାଲ୍ ନେଟୱର୍କ, ସେସବୁକୁ ଭଙ୍ଗି ଭୁଷୁଡା ଯିବ ଆତଙ୍କବାଦର କଳା ସାମ୍ରାଜ୍ୟ । ଆତଙ୍କବାଦ ବିରୋଧରେ Zero tolerance ନୀତିକୁ ଆହୁରି କଡ଼ାକଡ଼ି କରି ସରକାର ଆଣିଛନ୍ତି ଜାତୀୟ ଆତଙ୍କବାଦ ବିରୋଧୀ ନୀତି ‘PRAHAAR’ । ଯାହା ଏବେ ଆତଙ୍କୀଙ୍କ ଆକ୍କା ଛାତିରେ ସୃଷ୍ଟି କରିଛି କମ୍ପନ । ଭାରତରେ ରକ୍ତପାତ ପାଇଁ ବିକଳ୍ପ ବାଟ ଖୋଜୁଛନ୍ତି ଆତଙ୍କୀ । ତେବେ କ’ଣ ଏ ଜାତୀୟ ଆତଙ୍କବାଦ ବିରୋଧୀ ନୀତି ‘ପ୍ରହାର’? କାହିଁକି ଦରକାର ପଡିଲା ଏଭଳି ଏକ ନୀତି ଆଣିବା ? ଆତଙ୍କବାଦର ବିଲୋପ କରିବାରେ କିଭଳି ଏହା କାମ କରିବ? ଆସନ୍ତୁ ବିସ୍ତୃତ ଭାବେ ବୁଝିବା ।
PRAHAAR କ’ଣ?
() ଡ୍ରୋନ୍ରେ ବୋମା… ଡାର୍କ ୱେବ୍ରେ ଗୁପ୍ତ ନେଟୱର୍କ… କ୍ରିପ୍ଟୋରେ ଆତଙ୍କବାଦୀଙ୍କ ଟଙ୍କା… ଏସବୁ ଏବେ ଆଧୁନିକ ଆତଙ୍କବାଦର ନୂଆ ଷ୍ଟ୍ରାଟେଜୀ ପାଲଟିଛି । ଯାହାର ମୁକାବିଲା କରିବାକୁ ଭାରତ ଆଣିଛି ନୂଆ ଡକ୍ଟ୍ରିନ୍ ‘ପ୍ରହାର’ । ୨୦୨୬ ଫେବୃଆରୀରେ ଭାରତର ଗୃହ ମନ୍ତ୍ରଣାଳୟ ଦେଶର ପ୍ରଥମ ଜାତୀୟ ଆତଙ୍କବାଦ ବିରୋଧୀ ନୀତି ‘ପ୍ରହାର’ ଘୋଷଣା କରିଛନ୍ତି । ‘ପ୍ରହାର’ ନିଜ ଭିତରେ ନିଜେ ଅନନ୍ୟ । କାରଣ ଭାରତ ପ୍ରଥମ ଥର ପାଇଁ ଏମିତି ଏକ ଡକ୍ୟୁମେଣ୍ଟ ଆଣିଛି, ଯାହାକି ଆତଙ୍କବାଦ, ସାଇବର ଆକ୍ରମଣ, ରାଡିକାଲାଇଜେସନ୍, ଡ୍ରୋନ୍ ଟେରର୍ ଏବଂ କ୍ରିପ୍ଟୋ ଫଣ୍ଡିଂ, ଏସବୁକୁ ଏହି ଗୋଟିଏ ନୀତି ତଳେ ଡିଲ୍ କରିବ ।
କାହିଁକି ଦରକାର ପଡିଲା PRAHAAR?
() ଦଶକ ଧରି ଆତଙ୍କବାଦର ଶିକାର ହୋଇଆସିଥିବା ଭାରତକୁ ଏବେ କେବଳ ସୀମା ସେପାରିରୁ ନୁହେଁ, ବରଂ ଏବେ ଆତଙ୍କବାଦ ଆସୁଛି ଡିଜିଟାଲ୍ ଦୁନିଆରୁ। କେମିତି ଦେଖନ୍ତୁ…ବାସ୍ତବରେ ଏବେ ଆତଙ୍କବାଦୀମାନେ— ଡ୍ରୋନ୍ ଦ୍ୱାରା ଅସ୍ତ୍ର ପଠାଉଛନ୍ତି, ଡାର୍କ ୱେବ୍ ଦ୍ୱାରା ଗୁପ୍ତ ଯୋଗାଯୋଗ କରୁଛନ୍ତି, କ୍ରିପ୍ଟୋକରେନ୍ସି ଦ୍ୱାରା ଫଣ୍ଡିଂ ପାଉଛନ୍ତି ଏବଂ ସୋସିଆଲ୍ ମିଡିଆ ଦ୍ୱାରା ଯୁବକଙ୍କୁ ରାଡିକାଲାଇଜ୍ ବା ଆତଙ୍କବାଦରେ ସାମିଲ କରୁଛନ୍ତି । ଆତଙ୍କବାଦର ତାରିକା ବଦଳିଛି, ତ ତାହାର ମୁକାବିଲା ଲାଗି ରଣନୀତି ମଧ୍ୟ ବଦଳିଛି ।
‘ପ୍ରହାର’ ରେ ରହିଛି 7ଟି ମୁଖ୍ୟ ଦିଗ
() ଏଣିକି ଆକ୍ରମଣ ପରେ ନୁହେଁ, ଆକ୍ରମଣ ପୂର୍ବରୁ ମିଳିବ କଡ଼ା ଜବାବ । PRAHAAR ନାମରେ ହିଁ ଲୁଚି ରହିଛି ଏହାର କାର୍ଯ୍ୟ ତରିକା ।ଯାହାକି ଏହାର 7ଟି ମୁଖ୍ୟ ଦିଗ —
୧- Prevention ଅର୍ଥାତ ଆକ୍ରମଣ ପୂର୍ବରୁ ହିଁ ରୋକା ଯିବ ଆତଙ୍କୀଙ୍କୁ
୨- Response ଅର୍ଥାତ ସୁରାକ ମିଳିବା ମାତ୍ରେ ଦିଆଯିବ ଥ୍ବରିତ ଓ ଶକ୍ତିଶାଳୀ ପ୍ରତିକ୍ରିୟା
୩- Aggregate capacity ଅର୍ଥାତ ସମସ୍ତ ଏଜେନ୍ସୀଙ୍କ ସମନ୍ୱୟରେ କାର୍ଯ୍ୟକାରୀ ହେବ ଅପରେସନ
୪- Human rights ଅର୍ଥାତ ଆଇନ ଓ ମାନବ ଅଧିକାର ସୁରକ୍ଷାକୁ ଦିଆଯିବ ଗୁରୁତ୍ବ
୫- Attenuate radicalization ଅର୍ଥାତ ରାଡିକାଲାଇଜେସନକୁ ଯୁବପିଢିକୁ ଆତଙ୍କବାଦର କଳା ଦୁନିଆରେ ପ୍ରବେଶରୁ ରୋକାଯିବ
୬- Align global efforts ଅର୍ଥାତ ଆବଶ୍ରକ ସ୍ଥଳେ ନିଆଯିବ ବିଶ୍ୱର ସହଯୋଗ
୭- Recovery & resilience ଅର୍ଥାତ ଆକ୍ରମଣ ପରେ ଦେଶକୁ ପୁଣି ସକ୍ତିଶାଳୀ କରିବା ହେବ ମୂଳ ଲକ୍ଷ୍ୟ ।
PRAHAAR ର ସବୁଠାରୁ ବଡ଼ ପରିବର୍ତ୍ତନ
() PRAHAAR ର ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଏହି ନୀତିର ମୁଖ୍ୟ ଫୋକସ୍ । ଅର୍ଥାତ
👉 ଗୁଇନ୍ଦା-ନେତୃତ୍ୱାଧୀନ ପୋଲିସିଂ
👉 ବହୁ-ଏଜେନ୍ସି ମଧ୍ୟରେ ସମନ୍ୱୟ
👉 ସାଇବର ଆତଙ୍କ ନିରୀକ୍ଷ
ଏଥିରେ ଏନଆଇଏ, ଏନଏସଜି, ଗୁଇନ୍ଦା ଏବଂ ରାଜ୍ୟ ପୋଲିସ, ସଭିଙ୍କୁ ଗୋଟିଏ ସିଷ୍ଟମରେ ଯୋଡାଯିବ। ଯାହାକୁ କୁହାଯାଉଛି — Whole-of-Government Strategy।
ଆନ୍ତର୍ଜାତୀୟ ଆତଙ୍କବାଦର ମୁକାବିଲା
() ରିପୋର୍ଟ ଅନୁସାରେ ଆଲ୍-କାଇଦା ଓ ISIS ଭଳି ଗ୍ଲୋବାଲ୍ ଆତଙ୍କବାଦୀ ଗୋଷ୍ଠୀ ଭାରତରେ ସ୍ଲିପର ସେଲ୍ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ PRAHAAR ମଧ୍ୟ ଏକ ଗ୍ଲୋବାଲ୍ କୋଓପରେସନ୍ ଷ୍ଟ୍ରାଟେଜି ରଖିଛି। ଅର୍ଥାତ ଇଣ୍ଟେଲିଜେନ୍ସ ଶେୟରିଂ, ଏକ୍ସଟ୍ରାଡିସନ୍ ଏବଂ ଆନ୍ତର୍ଜାତୀୟ ଅପରେସନ୍ ।
Hybrid Terrorismର ମୁକାବିଲା
() ଭବିଷ୍ୟତର ଯୁଦ୍ଧ କେବଳ ସୀମାରେ ହେବ ନାହିଁ। ସେହି ଯୁଦ୍ଧ ହେବ ମୋବାଇଲ୍ ଫୋନ୍ରେ,ସୋସିଆଲ୍ ମିଡିଆରେ ,ଡାର୍କ ୱେବ୍ରେ ଏବଂ କ୍ରିପ୍ଟୋ ୱାଲେଟ୍ରେ । ଏହି କାରଣରୁ PRAHAAR ଭବିଷ୍ୟତର ହାଇବ୍ରିଡ୍ ଟେରରିଜମ୍କୁ ଟାର୍ଗେଟ କରିଛି।
ଆଗକୁ କ’ଣ ହେବ?
() PRAHAARକୁ ସଫଳ କରିବା ଲାଗି 3ଟି ଜିନିଷ ଗୁରୁତ୍ୱପୂର୍ଣ୍ଣ, ତାହା ହେଲା କେନ୍ଦ୍ର-ରାଜ୍ୟ ସମନ୍ୱୟ, ସାଇବର ସୁରକ୍ଷା ଟେକ୍ନୋଲୋଜି ଏବଂ ଇଣ୍ଟେଲିଜେନ୍ସ ସେୟାରିଂ । ଯଦି ଏହା ସଠିକ୍ ଭାବେ ଲାଗୁ ହୁଏ, ତେବେ ଏହା ହେବ ଭାରତର ସବୁଠାରୁ ବଡ଼ ଆତଙ୍କବାଦ ବିରୋଧୀ ପ୍ରହାର।