ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଅସାଧାରଣ ଘଟଣା। ପ୍ରାୟ ୩୦ BJD ବିଧାୟକ ନବୀନ ନିବାସରେ ରାତ୍ରୀଯାପନ କରିଛନ୍ତି। Congress MLAମାନେ ବେଙ୍ଗାଲୁରୁ ରିସର୍ଟରେ ଓ BJP MLAମାନେ ପାରାଦୀପ ହୋଟେଲରେ। କାହିଁକି ଆରମ୍ଭ ହେଲା ‘ରିସର୍ଟ ପଲିଟିକ୍ସ’? ପଢନ୍ତୁ ପୁରା ବିଶ୍ଳେଷଣ।
ନବୀନ ନିବାସରେ ୩୦ MLA ରାତ୍ରୀଯାପନ: କ୍ରସ୍ ଭୋଟିଂ ଭୟ ନା ରାଜନୈତିକ ଷ୍ଟ୍ରାଟେଜି?
ଓଡ଼ିଶା ରାଜନୀତିରେ ନୂଆ ଖେଳ: ନବୀନ ନିବାସରେ MLA, ଗୋଆ ରିସର୍ଟରେ Congress ବିଧାୟକ!
ପାରାଦୀପର ହୋଟେଲରେ BJP MLA
ନବୀନ ନିବାସରେ ନୀଳ ରାଜନୀତି! ଫିକା ପଡିଗଲା କି ସବୁଜ ରଙ୍ଗ… ନବୀନ ନିବାସରେ କାହିଁକି ନୀଳ ରଙ୍ଗ… କେବଳ ସଂଯୋଗ ନା କଂଗ୍ରେସ ସହ ଏକତାର ପ୍ରତୀକ ଏ ଲୁଙ୍ଗି !
ଭୋଟ ପୂର୍ବରୁ ଓଡ଼ିଶା ରାଜନୀତିରେ ଏକ ଅସାଧାରଣ ଘଟଣା… ରାଜ୍ୟ ରାଜୀନତିରେ ରିଜୋର୍ଟ ପଲିଟିକ୍ସର ଏଣ୍ଟ୍ରି… ବିଜେଡି ବିଧାୟକମାନେ ନିଜ ଘରକୁ ନୁହେଁ… ବରଂ ଯାଇଥିଲେ ସିଧା ନବୀନ ନିବାସକୁ!
ସେଠାରେ କରିଥିଲେ ରାତ୍ରୀଯାପନ … ସେପଟେ Congress ତାର MLAମାନଙ୍କୁ ବେଙ୍ଗାଲୁରୁ ରିସର୍ଟକୁ ନେଇଥିବା ବେଳେ BJP ମଧ୍ୟ ନିଜ MLAମାନଙ୍କୁ ପାରାଦୀପର ହୋଟେଲରେ ରଖିଥିଲା ।
ପ୍ରଶ୍ନ ହେଉଛି — ରାଜ୍ୟ ସଭା ନିର୍ବାଚନକୁ ନେଇ କାହିଁକି “ରିସର୍ଟ ପଲିଟିକ୍ସ”?
ରାଜ୍ୟସଭା ଭୋଟ୍ କାହିଁକି ଗୁରୁତ୍ୱପୂର୍ଣ୍ଣ?
ସୋମବାର ଓଡ଼ିଶା ବିଧାନସଭାରେ ହେବ ରାଜ୍ୟସଭା ନିର୍ବାଚନ। ୧୪୭ ଜଣ ବିଧାୟକ ତାଙ୍କର ଭୋଟ୍ ଦେଇ ଚାରିଜଣ ସାଂସଦଙ୍କୁ ବାଛିବେ। ସାଧାରଣତଃ ଏହି ନିର୍ବାଚନ ଶାନ୍ତିରେ ସମାପ୍ତ ହୋଇଯାଏ। କିନ୍ତୁ ଏଥର ପରିସ୍ଥିତି ଅଲଗା। କାରଣ ଚତୁର୍ଥ ସିଟ୍ ନେଇ ଭୟଙ୍କର ରାଜେନୖତିକ ଲଢେଇ ଚାଲିଛି ।
ସଂଖ୍ୟା ହିସାବ କହୁଛି —
- BJP ପାଖରେ ପ୍ରାୟ ୭୯ MLA
- BJD ପାଖରେ ପ୍ରାୟ ୪୮ MLA
- Congress ପାଖରେ ୧୪ MLA
ଏହି ଗଣିତ ଦେଖିଲେ ଦୁଇଟି ସିଟ୍ BJP ଏବଂ ଗୋଟିଏ ସିଟ୍ BJD ଜିତିବ । କିନ୍ତୁ ଚତୁର୍ଥ ସିଟ୍ ପାଲଟିଛି ଏବେ ରାଜନୀତିର ବଡ଼ ରହସ୍ୟ।
ନବୀନ ନିବାସରେ MLA ରାତ୍ରୀଯାପନ
ଏଭଳି ଏକ ପରିସ୍ଥିତିରେ ବିଜେଡି ନେଇଛି ଏକ ଅସାଧାରଣ ପଦକ୍ଷେପ। ପ୍ରାୟ ୩୦ ଜଣ ବିଧାୟକ ନବୀନ ନିବାସରେ ରାତ୍ରୀଯାପନ କରିଛନ୍ତି । ଏହା କେବଳ ଏକ ବ୍ୟବସ୍ଥା ନୁହେଁ ବରଂ ଏହା ହେଉଛି କ୍ରସ୍ ଭୋଟିଂ ଭୟ ଏଡାଇବାକୁ ରାଜନୈତିକ ଷ୍ଟ୍ରାଟେଜି। ବିଜେପି ଘୋଡା ବେପାର କରିବା ଆଶଙ୍କା କରି ବିଜେଡି ସମସ୍ତ MLAଙ୍କୁ ଏକ ସ୍ଥାନରେ ରଖି ଦଳୀୟ ଏକତା ରକ୍ଷା କରିବାକୁ ଚେଷ୍ଟା କରିଛି।
ରିସର୍ଟ ପଲିଟିକ୍ସ କଣ?
କେବଳ BJD ନୁହେଁ। ରାଜନୀତିର ଏହି ଖେଳରେ ଅନ୍ୟ ଦଳମାନେ ମଧ୍ୟ ଚୁପ୍ ନଥିଲେ । Congress ତାଙ୍କ MLAମାନଙ୍କୁ ବେଙ୍ଗାଲୁରୁ ରିସର୍ଟକୁ ନେଇଥିବା ବେଳେ BJP ମଧ୍ୟ ନିଜ MLAମାନଙ୍କୁ ପାରାଦୀପର ହୋଟେଲରେ ରଖିଥିଲା ।
ଘୋଡ଼ା ବେପାର ଅଭିଯୋଗ
ବିଜେପି ସେମାନଙ୍କ MLAଙ୍କୁ ପ୍ରଭାବିତ କରିବାର ଚେଷ୍ଟା କରୁଛି ବୋଲି BJD ଓ Congress ଅଭିଯୋଗ କରିଥିଲା । ଏପରିକି MLAଙ୍କୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତାବ ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେବେ BJP ଏହାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି।
ବିଜେଡିରେ ଅସନ୍ତୋଷ?
ସେପଟେ ବିଜେଡିରେ ଦେଖା ଦେଇଛି କିଛିଟା ଅସନ୍ତୋଷ । ଦୁଇଜଣ MLAଙ୍କୁ ଶୋ କଜ୍ ନୋଟିସ୍ ମଧ୍ୟ ଜାରି ହୋଇଛି। କିଛି ବିଧାୟକ ଦଳୀୟ ବୈଠକକୁ ଯୋଗ ନଦେବାରୁ ଦଳ ମଧ୍ୟରେ ଅସନ୍ତୋଷ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ରାଜନୈତିକ ବାର୍ତ୍ତା
ଆଜିର ଏହି ପରିସ୍ଥିତି ଓଡ଼ିଶା ରାଜନୀତିର ଏକ ବଡ଼ ପରିବର୍ତ୍ତନକୁ ଦର୍ଶାଉଛି। ପୂର୍ବରୁ ରାଜ୍ୟସଭା ଭୋଟ୍ ଥିଲା ସାଧାରଣ ରାଜନୀତିକ ପ୍ରକ୍ରିୟା। କିନ୍ତୁ ଏବେ ଏହା ହେଉଛି ଶକ୍ତି ପରୀକ୍ଷା।
ତେଣୁ ପ୍ରଶ୍ନ ହେଉଛି ନବୀନ ନିବାସରେ MLAମାନଙ୍କ ରାତ୍ରୀଯାପନ ସତରେ କ’ଣ ଦଳୀୟ ଏକତା ନା ଏହା ଓଡ଼ିଶା ରାଜନୀତିରେ ନୂଆ ଯୁଗର ଆରମ୍ଭର ପ୍ରମାଣ? ଏଥରର ରାଜ୍ୟସଭା ଭୋଟ କେବଳ ରାଜ୍ୟସଭା ସାଂସଦଙ୍କୁ ନୁହେଁ, ଓଡ଼ିଶାର ରାଜନୀତିକ ସମୀକରଣକୁ ମଧ୍ୟ ବଦଳାଇପାରେ। ଆପଣଙ୍କ ମତ କଣ, କମେଣ୍ଟ କରନ୍ତୁ ।