ତେଲେଙ୍ଗାନାର ଅରୁଣଙ୍କ ସରଳ ହସ ସୋସିଆଲ୍ ମିଡିଆରେ ହେଲା ଭାଇରାଲ୍।
ଗୋଟେ ଏକ କପ୍ ଚା, ଗୋଟିଏ ହସ ଆଉ 50 ମିଲିୟନ ଭ୍ୟୁ! ଗୋଟିଏ ହସ ବଦଳାଇ ଦେଲେ ଜୀବନ । ତାଙ୍କର ଏହି ହସ ୫୦ ମିଲିୟନ ଭ୍ୟୁ ଛୁଇଁବା ପରେ ତେଲେଙ୍ଗାନାର ଅରୁଣ ହେଲେ ଭାରତର ନୂଆ Viral Star ।
ଅରୁଣଙ୍କ ହସ ଜିତିଲା ଦେଶର ମନ
ଅରୁଣଙ୍କୁ ମିଳିବ ବଲିଉଡରେ ସୁଯୋଗ?
ବଲିଉଡ୍ ଆକ୍ଟରଙ୍କ ପରି ସବୁଠି ଫେମୋସ୍ ଅରୁଣ ! ହସ ଦେଇଦେଲା ଅରୁଣଙ୍କୁ ନୂଆ ପରିଚୟ l ତେଲେଙ୍ଗାନାରେ ଘର, କିନ୍ତୁ ଭାରତ ସାରା ପ୍ରଶଂସକ l ସେଦିନର ସେ ଏ ମନ ଖୋଲା ହସ ଆଜି ଆଜିଙ୍କୁ ଏକ ଷ୍ଟାର୍ ପରି ପରିଚୟ ଦେଇଛି l ସବୁଠି ସେ ଚିହ୍ନା ମୁହଁ ହୋଇଛନ୍ତି l କୌଣସି ଫିଲ୍ମ ଆକ୍ଟରଙ୍କ ଠାରୁ ବି କିଛି କମ୍ ଲୋକପ୍ରିୟତା ପାଇନାହାନ୍ତି ଅରୁଣ l ସାରା ଦେଶରେ ଅରୁଣଙ୍କ କୋଟି କୋଟି ପ୍ରଶଂସକ ରହିଛନ୍ତି l ଯିଏବି ତାଙ୍କର ଏହି ହସକୁ ଦେଖୁଛନ୍ତି ସେ ନହସି ରହି ପାରୁନାହାନ୍ତି l
(ଭିଓ-୨) ଚାହା କପ୍ ଧରି ହସି ହସି ଭାଇରାଲ ହେଉଥିବା ଏ ଯୁବକଙ୍କ ନାଁ ହେଉଛି ଅରୁଣ l ତାଙ୍କ ଗାଁର ନାଁ ନାଲାପୁଚଟାଭାଲ୍ଲୀ l ତେଲେଙ୍ଗାନାର ଜୟଶଙ୍କର ଭୂପାଲପାଲି ଜିଲ୍ଲାରେ ଏହି ଗାଁ ରହିଛି l ଅରୁଣ ହେଉଛନ୍ତି ଜଣେ ସାଧାରଣ ଯୁବକ l ସେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି l ଅରୁଣ ନିଜର ପରିବାର ପ୍ରତିପୋଷଣ ପାଇଁ ସେ ଏକ ଠେଲାଗାଡ଼ିରେ କାମ କରନ୍ତି l ତା’ ଛଡ଼ା ଏହି ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅରୁଣଙ୍କ ସହ କାମ କରୁଥିବା ଜଣେ ଲରି ଡ୍ରାଇଭର l ନାଁ ତାଙ୍କର ନେହେରୁ । ସବୁଠାରୁ ବଡ଼ କଥା ହେଉଛି, ଏହି ଭିଡ଼ିଓଟି କୌଣସି ପୂର୍ବ ଯୋଜନା ଭାବେ କରାଯାଇନଥିଲା l
(ଭିଓ-୩) ଗୋଟିଏ ଦିନ ଚା’ ପିଉଥିବା ସମୟରେ, ନେହେରୁ ଅରୁଣଙ୍କୁ ଏକ ମଜାଦାର କଥା କହିଥିଲେ l ଯାହାଦ୍ୱାରା ଅରୁଣ ଖୁବ୍ ହସିଥିଲେ l ନେହେରୁ ସେହି ସମୟର ଭିଡ଼ିଓକୁ ନିଜର ମୋବାଇଲରେ ରେକର୍ଡ କରିଥିଲେ l ପରେ ସୋସିଆଲ ମିଡିଆରେ ଭିଡିଓଟିକୁ ପୋଷ୍ଟ କରିଥିଲେ l ଯାହାକି ପରବର୍ତ୍ତୀ ସମୟରେ ଖୁବ୍ ଭାଇରାଲ୍ ହୋଇଥିଲା l ଏମିତିକି ମାତ୍ର କିଛି ଦିନ ଭିତରେ ୫୦ ମିଲିୟନ ଲୋକ ଦେଖିଥିଲେ l ଆଉ ତା’ ପରେ ଅରୁଣଙ୍କ ଏହି ହସ ଭିଡିଓ ସୋସିଆଲ ମିଡିଆରେ ଏକ ଟ୍ରେଡମାର୍କ ହୋଇଗଲା l ଆଉ ମିମ୍ସ ଏବଂ କମେଡି ଭିଡିଓରେ ବହୁ ମାତ୍ରାରେ ଡିଜିଟାଲ କ୍ରିଏଟର ମାନେ ଅରୁଣଙ୍କ ହସ ଭିଡିଓ ବ୍ୟବହାର କଲେ ।
(ଭିଓ-୪) ଅରୁଣଙ୍କ ଏହି ଭିଡିଓ ଭାରାଲ ହେବାପରେ ସେ ତେଲେଙ୍ଗାନାର ଏକ ଚିହ୍ନା ମୁହଁ ହୋଇପାରିଛନ୍ତି l ହେଲେ ତାଙ୍କର ଏହି ଜୀବନ ପଛରେ ଲୁଚି ରହିଛି ଅନେକ ଅସୁବିଧାର ଅକୁହା କଥା l ଅରୁଣ ଦାରିଦ୍ର୍ୟ ହେତୁ, ତାଙ୍କୁ ଚତୁର୍ଥ ଶ୍ରେଣୀରେ ପାଠପଢ଼ା ଛାଡିବାକୁ ପଢ଼ିଛି । ସେ ବହୁତ୍ କମ୍ ବୟସରେ କାମ କରିବା ଆରମ୍ଭ କରିଛନ୍ତି । ହେଲେ ସୋସିଆଲ ମିଡିଆରେ ସେ ଚିହ୍ନା ମୁହଁ ହୋଇସାରିବା ପରେ ଏବେ ପୁଣି ସେ ପାଠପଢା ଆରମ୍ଭ କରିଛନ୍ତି l ଅରୁଣଙ୍କୁ ପାଠ ପଢ଼ିବାକୁ ନେହେରୁ ବାରମ୍ବାର ଉତ୍ସାହିତ କରନ୍ତି l ଏବେ ସେ ଦଶମ ଶ୍ରେଣୀ ପାସ କରିସାରିଛନ୍ତି l ଆଗକୁ ନିଜର ଭବିଷ୍ୟତ ପାଇଁ ଅରୁଣ ଅନେକ କିଛି ସ୍ଵପ୍ନ ଦେଖିଥିବା କହିଛନ୍ତି l ପ୍ରକୃତରେ, ଏ ସରଳ ହସ ତାଙ୍କ ଜୀବନକୁ ବଦଳାଇ ଦେଇଛି l ସୋସିଆଲ ମିଡିଆ ତାଙ୍କୁ ନୂଆ ଏକ ପରିଚୟ ଦେଇ ଶିକ୍ଷିତ କରିଛି l
ଅରୁଣଙ୍କ ଏହି କାହାଣୀ ଆଉଥରେ ସ୍ମରଣ କରାଉଛି—କେବେ କେବେ ଏକ ସରଳ ହସ ମଧ୍ୟ ମଣିଷର ଭାଗ୍ୟକୁ ବଦଳାଇଦେଇପାରେ।