Vijay Thalapathy’s 2029 Political Buzz
• ପ୍ରଧାନମନ୍ତ୍ରୀ ପଦ ଉପରେ ଥଲପତି ବିଜୟଙ୍କ ନଜର!
• ଟାର୍ଗେଟ୍ ୨୦୨୯କୁ, ମୋଦୀଙ୍କ ପତ୍ତା କାଟିଦେବେ ବିଜୟ!
• ବିଜୟଙ୍କୁ ନିଜ ଶିବିରରେ ସାମିଲ କରିବାକୁ ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ୟମ!
• ଧରା ଦେଉନାହାନ୍ତି ଟିଭିକେ ମୁଖ୍ୟ ବିଜୟ ଥଲପତି
ପ୍ରଥମେ ସୁପରଷ୍ଟାର୍ରୁ ସୁପର୍ ସିଏମ୍, ଆଉ ଏବେ ପ୍ରଧାନମନ୍ତ୍ରୀ ପଦ ଉପରେ ଥଲପତି ବିଜୟଙ୍କ ନଜର! ଟାର୍ଗେଟ୍ ୨୦୨୯କୁ। ଯେବେ ମୋଦୀଙ୍କ ପତ୍ତା କାଟିଦେବେ ବିଜୟ! ଭବିଷ୍ୟତର ପ୍ରଧାନମନ୍ତ୍ରୀ ଭାବେ ଏବେଠୁ ଗୁଞ୍ଜରିତ ହେଲାଣି ବିଜୟଙ୍କ ନାଁ। ତାମିଲନାଡୁ ବିଧାନସଭାରେ ବିଜୟଙ୍କୁ ଭବିଷ୍ୟତର ପ୍ରଧାନମନ୍ତ୍ରୀ କହିଲେ ଟିଭିକେ ବିଧାୟକ।
ବିଜୟଙ୍କୁ ନିଜ ଶିବିରରେ ସାମିଲ କରିବାକୁ ବିଜେପିର ପ୍ରମୁଖ ଉଦ୍ୟମ। ହେଲେ ଧରା ଦେଉନାହାନ୍ତି ଟିଭିକେ ମୁଖ୍ୟ ବିଜୟ ଥଲପତି।
ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ସମ୍ମିଳନୀରେ ଦେଖନ୍ତୁ, କେମିତି ବିଜୟଙ୍କୁ ନିଜ ପାଖରେ ବସାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏ ନିକଟତା ନିଜ ଭିତରେ ନିଜେ ବିଜେପିର ଉଦ୍ଦେଶ୍ୟ କହିଦେଉଛି।
କିନ୍ତୁ ବିଜେପି ନେତା ଓ କର୍ମୀଙ୍କୁ ଜବାବ ମିଳିଯାଇଛି ବିଜୟଙ୍କ ଆଚରଣରୁ। ଦେଖନ୍ତୁ, କେମିତି ସମ୍ବର୍ଦ୍ଧନା ବେଳେ ଉତ୍ତରୀୟ ବିଜୟଙ୍କ ହାତରୁ ପିନ୍ଧିବାକୁ ଛିଡ଼ା ହେଉଛନ୍ତି। କିନ୍ତୁ ବିଜୟ ଉତ୍ତରୀୟକୁ ଶାହଙ୍କ କାନ୍ଧରେ ନ ପକାଇ ତାଙ୍କ ହାତକୁ ବଢ଼ାଇ କାମ ସାରି ଦେଉଛନ୍ତି।
ବିଜୟଙ୍କ ଏହି ବଡି ଲାଙ୍ଗୁଏଜ୍ ଚିତ୍କାର କରି କହିଦେଉଛି—ଯେଉଁ ହିନ୍ଦୁ-ମୁସଲିମ୍ ରାଜନୀତି କରୁଥିବା ଦଳ ଏବଂ ନେତାଙ୍କୁ ଟିଭିକେ, ଖାଲି ଟିଭିକେ କାହିଁକି, ତାମିଲନାଡୁ କେବେ ବି ଗ୍ରହଣ କରିବନି! ଯାହାକି ଗତ ନିର୍ବାଚନରେ ତାମିଲନାଡୁବାସୀ ଦେଖାଇ ଦେଇଛନ୍ତି।
ବିଜୟ ଏବେ ଦକ୍ଷିଣ ଜୋନାଲ୍ କାଉନସିଲ୍ର ଅଧ୍ୟକ୍ଷ ଅଛନ୍ତି। ଦକ୍ଷିଣ ଭାରତର ସମସ୍ତ ରାଜ୍ୟକୁ ନେଇ ଏହି କାଉନସିଲ୍ ଗଠନ କରାଯାଇଛି। ଅଗଷ୍ଟ ୨୦ ତାରିଖରେ ଏହାର ବୈଠକ ଅନୁଷ୍ଠିତ ହୋଇଥିଲା। ଆପଣ ଦେଖୁଥିବା ଦୃଶ୍ୟ ହେଉଛି ସେହି ବୈଠକର।
ସେପଟେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମୁଣ୍ଡ ଉପରେ କେନ୍ଦ୍ର ଝୁଲାଇ ଦେଇଛି ଡିଲିମିଟେସନ୍ର ଖଣ୍ଡା। ଯାହା ଲାଗୁ ହେଲେ ଏହି ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ସଂସଦରେ କମିଯିବ। ଏମିତିରେ ବିଜୟ କୌଣସି ପ୍ରକାରେ ବିଜେପି ଜାଲରେ ଫସିବେ ନାହିଁ, ତାହା ମଧ୍ୟ ଏହି ଦୃଶ୍ୟରୁ ପ୍ରମାଣିତ ହେଉଛି।