ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ପୁରସ୍କାର ଓସ୍କାର ଦୌଡ଼ରେ ସାମିଲ ହୋଇଛି ଭାରତୀୟ ଚଳଚ୍ଚିତ୍ର ‘ଅନୁଜା’। ପ୍ରଯୋଜିକା ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମର୍ଥନରେ ଫିଲ୍ମଟିକୁ ଓସ୍କାରର ଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୟନ ତାଲିକାରେ ସ୍ଥାନିତ କରାଯାଇଛି। ୯୭ତମ ଏକାଡେମୀ ପୁରସ୍କାର ପାଇଁ ଗୁରୁବାର ଏହି ମନୋନୟନ ତାଲିକା ଘୋଷଣା କରାଯାଇଛି। ତେବେ ଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ପୁରସ୍କାର ପାଇଁ ‘ଅନୁଜା’ ଚଳଚିତ୍ରକୁ ମନୋନୟନ ତାଲିକାରେ ସ୍ଥାନିତ ୧୮୦ଟି ଫିଲ୍ମ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ହେବ। ଏହି ଦୌଡ଼ରେ ଏଲିନ୍, ଆଇ ଆମ ନଟ୍ ଏ ରୋବଟ, ଦ ଲାଷ୍ଟ ରେଞ୍ଜର ଏବଂ ଏ ମ୍ୟାନ ହୁ ଉଡ୍ ନଟ୍ ରିମେନ ସାଇଲେଣ୍ଟ ଭଳି ଫିଲ୍ମ ରହିଛି। ଗୁରନୀତ ତୃତୀୟଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛନ୍ତି। ପୂର୍ବରୁ ଦ ଏଲିଫ୍ୟାଣ୍ଟ ହ୍ବିସସ୍ପର୍ସ ଆଣ୍ଡ ପରିଅଡ୍: ଏଣ୍ଡ ଅଫ୍ ସେଣ୍ଟେନ୍ସ ଓସ୍କାର ଜିତିଥିଲା।