ସମଗ୍ର ଭାରତ ବର୍ଷର ବିଭିନ୍ନ ରାଜ୍ୟଗୁଡିକରେ ଏକ ସୁଗମ୍ୟ ଯାତ୍ରାର ଶୁଭାରମ୍ଭ କର।ଯାଇଛି । ଆଜି ଭୁବନେଶ୍ଵର ତୋଷାଳୀ ଭବନ ପରିସରସ୍ଥ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ଓ ସଂଖ୍ୟାଲଘୁ ପଛୁଆ ବର୍ଗକଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମଟି ରାଜ୍ୟ ଭିନ୍ନକ୍ଷମ ଅ।ୟୁକ୍ତ ତଥା ଏସଭିନିରଟାରର ମିଳିତ ସହଯୋଗରେ ରାଜ୍ୟର ସଦର ମହକୁମାଠାରେ ଆରମ୍ଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ସିନେମା ଘର, ଡାକ୍ତରଖାନା, ବଡ଼ ବ୍ୟବସାୟ ଗୃହ, ପାର୍କ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ‘ସୁଗମ୍ୟ ଯାତ୍ରା’ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି, ଏହିପରି କୋଠା ଗୁଡିକରେ ପିଡବ୍ଳ୍ୟୁଡିର ଉପଲବ୍ଧତା ବୈଶିଷ୍ଟ୍ୟ ଉପରେ ଆରପିଡବ୍ଳ୍ୟୁଡି ଅଧିନିୟମ, ୨୦୧୬ ରେ ଦିଆଯାଇଥିବା ବ୍ୟବସ୍ଥା ବିଷୟରେ ଜନସଚେତନତା ସୃଷ୍ଟି କରିବା । ଏଥିସହ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ଦ୍ବାରା ଅସୁବିଧାର ଉପଯୁକ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କର।ଇବା। ପ୍ରତ୍ୟେକ ଜିଲ୍ଲାରେ ଦୁଇ ଦିନ ପାଇଁ ‘ଯାତ୍ରା’ ଯୋଜନା କରାଯାଇଛି । ହାରାହାରି, ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକୁ ଆଚ୍ଛାଦନ କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ) ଙ୍କ ନେତୃତ୍ୱରେ ୨ ରୁ ୩ ଟି ଟିମ୍ ଗଠନ କରାଯାଇଛି | ସମଗ୍ର ରାଜ୍ୟରେ ପ୍ରାୟ ୭୦ ଟି ଟିମ୍ ଗଠନ କରାଯାଇଛି । ଏଥିସହ ଯାତ୍ରା ସୁପରିଚାଳନା ପାଇଁ ଯାନବାହନ ଓ ଅନ୍ୟାନ୍ୟ ଜିନିଷ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି | “ଯାତ୍ରା ” କୁ ଏକ ସକାରାତ୍ମକ ଓ ଫଳପ୍ରଦ ପରିଚାଳନା କରିବା ପାଇଁ ଦଳର ସଦସ୍ୟମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି | ପ୍ରତ୍ୟେକ ଦଳରେ ୬ ଜଣ ବ୍ୟକ୍ତି ରହିବେ । ତିନିଟି ଟିମ୍ ଏସ୍.ଏସ୍.ଏସ୍.ଓ, ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଖୋର୍ଦ୍ଧାଙ୍କ ନେତୃତ୍ୱରେ ସରକାରୀ କାର୍ଯ୍ୟାଳୟ ତଥା ଗୁରୁତ୍ୱପୂର୍ଣ୍ଣ ସର୍ବସାଧାରଣ ସ୍ଥାନଗୁଡିକୁ ଆଚ୍ଛାଦନ କରିବା ଉଦ୍ଦେଶ୍ୟରେ ଡିଜାଇନ୍ ହୋଇଥିବା ନିର୍ଦ୍ଦିଷ୍ଟ ଆପରେ ସ୍ଥାନଗୁଡିକର ଫଟୋ ଉଠାଇବେ ।ଏହି କାର୍ଯ୍ୟକ୍ରମରେ ଏସସିପିଡି ବ୍ରତଟି ହରିଚନ୍ଦନ, ନିର୍ଦ୍ଦେଶକ ଡ ମହାନ୍ତି, ଅତିରିକ୍ତ ଶାସନ ସଚିବ ଆର ଜାନି, ଏବଂ ଉପ ଶାସନ ସଚିବ ସନ୍ୟାସୀ ବେହେରା, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କିଛି ସରକାରୀ ପିଡବ୍ଲ୍ୟୁଡି କର୍ମଚାରୀ ତଥା ଏସସିପିଡି କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।