ସିକ୍ରେଟ ସୁଡ଼ଙ୍ଗ ଓ ସମୁଦ୍ର ମାର୍ଗ… ହମାସର ବିଧ୍ବଂସକ ଶକ୍ତିର ସିକ୍ରେଟ ରୁଟ୍… ସମୁଦ୍ର ମାର୍ଗ ଦେଇ ଗାଜା ତଟରେ ପହଞ୍ଚେ କ୍ୟାପସୁଲ ପ୍ୟାକ୍ ବିଧ୍ବଂସକ… ଇସ୍ରାଏଲ ନୌସେନା ଆଖିରେ ଧୂଳି ଦେଇ ହମାସ ହାତକୁ ଆସୁଛି ଫଜ୍ର-୩, ଫଜ୍ର-୫ ଏବଂ ଏମ୩୦୨ ଭଳି ବିଧ୍ବଂସକ ରକେଟ୍… ସେପଟେ ଗାଜା ଷ୍ଟ୍ରିପରୁ ଇରାନ ଓ ସିରିଆ ଯାଏଁ ମାଟିତଳେ ବିଛାଯାଇଛି ସିକ୍ରେଟ ସୁଡ଼ଙ୍ଗର ନେଟଓ୍ବର୍କ… ୨୦୦୫ ପରେ ମିସର-ଗାଜା ସୀମା ତଳେ ସିକ୍ରେଟ ସୁଡ଼ଙ୍ଗର ନେଟଓ୍ବର୍କ ବିଛାଇଥିଲା ହମାସ । ଆଜି ଯାଏଁ ଯାହାର ସନ୍ଧାନ ପାଉ ନାହିଁ ଅନ୍ତର୍ଜାତୀୟ ସଂଗଠନ… ଭିନ୍ନଭିନ୍ନ ସ୍ଥାନରୁ ବଚ୍ଛାବଚ୍ଛା ବିଧ୍ବଂସକ ଅସ୍ତ୍ର କିଣି ଏକ ଶକ୍ତିଶାଳୀ ଆତଙ୍କୀ ସଂଗଠନ ପାଲଟିଛି ହମାସ । ଏ ନେଇ ଇରାନ ଏବଂ ଅନ୍ୟ ଇସଲାମିକ ଦେଶଗୁଡିକଠାରୁ ହମାସକୁ ମିଳୁଛି ପ୍ରଚୁର ଫଣ୍ଡିଂ । ସେପଟେ ଗାଜା ଷ୍ଟ୍ରିପରେ ମଧ୍ୟ ଅନେକ ଘାତକ ଅସ୍ତ୍ରଶସ୍ତ୍ର ତିଆରି କରୁଛି ହମାସ ।