ଲକ୍ଷ୍ମୀପୁର: ଆଜି କାଲି ଅନେକ ସମ୍ପ୍ରଦାୟ ନିଜ ନିଜ କୂଳ ବେଉସା କୁ ଭୁଲି ଯାଇଥିବା ବେଳେ ଭୂଇଁ ପାଟଣି ଗ୍ରାମର ଜଣେ କହ୍ମାର କିନ୍ତୁ ତାଙ୍କ କୂଳ ବେଉସା ଭୁଲି ନାହାନ୍ତି। ଆଜିବି ପରିଣତ ବୟସରେ ଲୁହା କାମ କରି ଚାଲିଛନ୍ତି।ଲୁହା ପିଟିଲେ ତାଙ୍କ ପରିବାର ଚାଲୁଚି ବୋଲି ସିଏ କହିଛନ୍ତି। ତାଙ୍କ ନାମ ରାମ କହ୍ମାର। ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ଭୂଇଁ ପାଟଣି ଗ୍ରାମର ତାଙ୍କ ଘର। ତିନୋଟି ପୁଅ ଦୁଇଟି ଝିଅକୁ ନେଇ ତାଙ୍କ ପରିବାର। ସେଥି ମଧ୍ୟରୁ ବଡ଼ ପୁଅ ବାହା ହୋଇ ଅଲଗା ରହୁଥିବା ବେଳେ ବଡ଼ ଝିଅ ବାହା ହୋଇ ଯାଉଛି। ତାଙ୍କ ପାଖରେ ଏବେ ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି।ମାସର ପ୍ରତ୍ୟେକ ଶନିବାର ଦିନ ତାଙ୍କୁ ଲକ୍ଷ୍ମୀପୁର ସାପ୍ତାହିକ ହାଟରେ ଦେଖିବାକୁ ମିଳେ।ମାସକୁ ଚାରିଥର ହାଟ ଆସନ୍ତି।ବାକି ଦିନରେ ଘରେ ରହି କାମ କରନ୍ତି। ଵାସ ସେଥିରେ ଯାହା ରୋଜଗାର ହୁଏ ସେଥିରେ ଚଳିଯାଏ ସୁଖ ଦୁଃଖର ସଂସାର।ସରକାର ଙ୍କ ତରଫରୁ ମିଳୁଥିବା ମାସକୁ ତିରିଶି କେଜି ଚାଉଳ ତାଙ୍କର ସବୁଠୁ ବଡ଼ ସାହାରା ପାଲଟିଛି।ହେଲେ ଦୁଃଖର ବିଷୟ ଏଯାଏଁ ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନି।ବ୍ଲକ ପ୍ରଶାସନ ଏଇଭଳି ଦୁଃଖୀ ରଙ୍କି ଙ୍କ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।