ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟି । ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ଜଣେ ବ୍ୟକ୍ତି ମୋବାଇଲ୍ରେ କଥା ହେଉଥିବାର ଭିଡିଓ ଭାଇରାଲ। କିଏ ଭେଦ କଲା ପୋଲିସର ସୁରକ୍ଷା ବଳୟ? ଶ୍ରୀମନ୍ଦିର ଭିତରକୁ କିଏ ନେଲା ମୋବାଇଲ୍ର? ଏହି ଘଟଣା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଇ ପ୍ରବେଶ କଲେ ତାଙ୍କୁ ଜରିମାନା ଆଦାୟ ନିୟମ ରହିଛି। ଶ୍ରୀମନ୍ଦିରକୁ ମୋବାଇଲ ନେଇ କଥାହେବା ସହ ଫଟୋ ଭିଡିଓ ଉତ୍ତୋଳନ କରାଯାଉଥିବା ଘଟଣା ବାରମ୍ବାର ଘଟୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି କରାଯାଇଛି।