ଦୁଇ ଦିନ ପରେ ସ୍ବାଭାବିକ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ନୀତିକାନ୍ତିରେ ବିଭ୍ରାଟ କାରଣରୁ ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ ଥିଲା । କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଦେଖାଦେଇଥିଲା ।