ଯୋରନ୍ଦା ମହିମା ଗାଦି ର ଉଭୟ ବକଳ ଓ କଉପନି ଧାରୀ ସମ୍ପ୍ରଦାୟର ପ୍ରମୁଖ ସନ୍ୟାସୀ ମାନେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ତାଙ୍କ ସରକାରୀ ବାସଭବନ ରେ ଭେଟି ମାଘ ମେଳା ରେ ଯୋଗଦେବାପାଇଁ ନିମନ୍ତ୍ରଣ କରିଛନ୍ତି । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିଛନ୍ତି।
ଏହି ଅବସର ରେ ମହିମା ଗାଦି ର ବିକାଶ କାର୍ଯ୍ୟ ବିଷୟ ରେ ମଧ୍ଯ ସନ୍ୟାସୀ ମାନେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲେଚନା କରିଥଲେ ।