ଶୃଙ୍ଖଳା ନାମରେ ଭକ୍ତଙ୍କ ସହ ଅତ୍ୟାଚାର?
ଭକ୍ତିରେ ଆସିଥିଲେ… ମନରେ ଥିଲା ଆଶା ଓ ଆସ୍ଥା… କିନ୍ତୁ ମିଳିଲା କଣ? ତଣ୍ଟିଆ, ଅପମାନ ଓ ଅସମ୍ମାନ!
ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଯେକୌଣସି ଭକ୍ତଙ୍କ ଆଖିରେ ଲୁହ ଆସିଯିବ। ଭଗବାନଙ୍କ ମନ୍ଦିରରେ ଏଭଳି ଦୃଶ୍ୟ… ସତରେ ହୃଦୟବିଦାରକ।
ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି—
ଗୋଟିଏ ପଟେ ସାଧାରଣ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ରହି ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି…
ଓ ଅନ୍ୟପଟେ ସେମାନଙ୍କୁ ଶୃଙ୍ଖଳା ନାମରେ ତଣ୍ଟି ଧରି ଟାଣି ବାହାର କରାଯାଉଛି।
କିନ୍ତୁ ଏହାର ପୂରା ବିପରୀତ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି—
ଭିଆଇପିମାନଙ୍କ ପାଇଁ ମନ୍ଦିର ଭିତରେ ବିଶେଷ ବ୍ୟବସ୍ଥା, ଆରାମଦାୟକ ଦର୍ଶନ, ଏପର୍ଯ୍ୟନ୍ତ କେକ୍ କାଟିବା ପର୍ଯ୍ୟନ୍ତ ସୁବିଧା!
ନିଖିଲ ସାଇନି ନାମକ ଜଣେ ୟୁଜର ଏହି ଭିଡିଓଟିକୁ ସୋସିଆଲ ପ୍ଲାଟଫର୍ମ
X ରେ ପୋଷ୍ଟ କରିଛନ୍ତି।
ହେଲେ ଏହା କେଉଁ ମନ୍ଦିରର ଦୃଶ୍ୟ ତାହା ସ୍ପଷ୍ଟ ନୁହେଁ ଓ ଭିଡିଓର ସତ୍ୟତାକୁ ଆମେ ସ୍ୱତନ୍ତ୍ରଭାବେ ଯାଞ୍ଚ କରିପାରିନାହୁଁ।
ସୋସିଆଲ ମିଡିଆରେ ପ୍ରତିକ୍ରିୟା
ଏହି ଭିଡିଓ ଦେଖି ୟୁଜରମାନେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି।
ଜଣେ ୟୁଜର ପ୍ରଶ୍ନ କରିଛନ୍ତି, “ଭିଆଇପିମାନଙ୍କୁ ମଧ୍ୟ କି ଏମିତି ଠେଲାପେଲା କରାଯିବ?”
ଅନ୍ୟପଟେ କେହି କେହି ଏହାକୁ ଭିଡ଼ ନିୟନ୍ତ୍ରଣର ଅଂଶ ବୋଲି କହୁଛନ୍ତି, ବିଶେଷକରି ଶ୍ରାବଣ ମାସରେ ଯେତେବେଳେ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସନ୍ତି, ସେତେବେଳେ ଭିଡ଼ ନିୟନ୍ତ୍ରଣ ବନ ଆହ୍ବାନ ପାଲଟିଥାଏ ବୋଲି କହିଛନ୍ତି ।
କିନ୍ତୁ ପ୍ରଶ୍ନ ହେଉଛି, ଶୃଙ୍ଖଳା ନାମରେ ଭକ୍ତଙ୍କ ସହ ଏଭଳି ବ୍ୟବହାର ଠିକ କି? ଭଗବାନଙ୍କ ଘରେ କିଏ VIP, କିଏ ସାଧାରଣ? ଭାରତର ଅନେକ ମନ୍ଦିରରେ ସୁସଂଗଠିତ ଦର୍ଶନ ବ୍ୟବସ୍ଥା ରହିଛି। ତେବେ ଏଭଳି ଅବସ୍ଥା କାହିଁକି ଅନ୍ୟ ଠାରେ ଦେଖାଯାଉଛି?
ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆସ୍ଥା ହେଉଛି ସବୁଠାରୁ ବଡ଼ ସମ୍ପର୍କ। ଆଉ ଆସ୍ଥାର ପ୍ରାଣକେନ୍ଦ୍ର ମନ୍ଦିରରେ ଭଗବାନଙ୍କ ସମ୍ମୁଖରେ ଯଦି ପାତରଅନ୍ତର ହୁଏ, ତେବେ କହିବା କାହାକୁ?
ଏହା ଉପରେ ଆପଣଙ୍କ ମତ କଣ? ଏଭଳି VIP ଦର୍ଶନ ବ୍ୟବସ୍ଥା ବନ୍ଦ ହେବା ଉଚିତ କି? କମେଣ୍ଟ କରନ୍ତୁ। ଏଭଳି ଖବର ପାଇଁ ଆମ ପୋର୍ଟାଲ୍ “Odisha Days” କୁ ଫଲୋ କରନ୍ତୁ।