ପାଠ୍ୟପୁସ୍ତକ ବିବାଦ ଓ ଶିକ୍ଷା ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ତର୍କ ଜୋର ଧରିଛି। କକ୍ରୋଚ୍ ପାର୍ଟିର ସମ୍ଭାବ୍ୟ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି।
ଅଭିଜିତ୍ ଦିପକେଙ୍କ ଆଗମନକୁ ନେଇ ବଢ଼ିଲା ଚର୍ଚ୍ଚା
ପାଠ୍ୟପୁସ୍ତକ ବିବାଦରେ ଗରମ ଓଡ଼ିଶା ରାଜନୀତି

ପଡ଼ିଲା ମୋଦୀ ସରକାରର ପ୍ରଥମ ଓ୍ବିକେଟ୍! ଆଗକୁ କିଏ? ଜେନ୍ ଜି ଆନ୍ଦୋଳନକୁ ନେଇ ବିଜେପି ଭିତରେ କୋକୁଆଭୟ! ଥରହର ହେଲେଣି ମୋହନ ସରକାର! କକ୍ରୋଚ ପାର୍ଟିର ଆଗାମୀ ଟାର୍ଗେଟ ଓଡ଼ିଶା! ଓଡ଼ିଶା ଆସିବେ ଅଭିଜିତ୍ ଦିପକେ! କରିବେ ନିମ୍ବୁଡ଼ାର ହିସାବ! ସ୍କୁଲ୍ ବହିରେ ତ୍ରୁଟି ବିରୋଧୀ ଗର୍ଜନରେ କମ୍ପିବ ରାଜ୍ୟ ରାଜଧାନୀ ଭୁବନେଶ୍ୱର! ଯନ୍ତରମନ୍ତରରେ ଜେନ୍ ଜି ଆନ୍ଦୋଳନର ସଫଳତା ପରେ ଓଡ଼ିଶାବାସୀଙ୍କ ମନରେ ଏମିତି କିଛି ଆଶା ସୃଷ୍ଟି ହୋଇଛି। ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଲାଗି କକ୍ରୋଚ ପାର୍ଟିର ଓଡ଼ିଶା ଆଗମନକୁ ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।
କଥାରେ ଅଛି ସେଇ କାମ କରନ୍ତି, ବଅଁଶ ବୁଡ଼ାଇ ମାରନ୍ତି। ବୋକାମୀ କଲେ ମୋଦୀ ସରକାର, ପରିଣତି ଭୋଗିଲେ ଧର୍ମେନ୍ଦ୍ର। କକ୍ରୋଚ ପାର୍ଟିର ବିକ୍ଷୋଭକୁ ଆରମ୍ଭରୁ ହାଲକାରେ ନେଇଥିଲେ ମୋଦୀ। ଚାରି ପାଞ୍ଜିରୁ ଗଲେ ଧର୍ମେନ୍ଦ୍ର! ଶିକ୍ଷାମନ୍ତ୍ରାଳୟ ତ ହାତରୁ ଗଲା, ଏବେ ମିଳିବ ନାହିଁ ଅନ୍ୟ କୌଣସି ମନ୍ତ୍ରାଳୟ। ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ଦେବାକୁ ଦାବି ଉଠାଇଛନ୍ତି ବିରୋଧୀ ଓ କକ୍ରୋଚ୍ ପାର୍ଟି। ପେପର ଲିକ୍ ପାଇଁ ଆତ୍ମହତ୍ୟା କରିଥିଲେ ୨୩ ଛାତ୍ରଛାତ୍ରୀ। ତଥାପି ଚୁପ୍ ବସିଥିଲେ ଧର୍ମେନ୍ଦ୍ର?
ସେପଟେ ପେପର ଲିକ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ସତ୍ତ୍ୱେ ସରକାର ବନ୍ଦ କରିପାରି ନାହାନ୍ତି ପେପର ଲିକ୍ର ଛିଦ୍ର। ଆସିଛି ପଞ୍ଜାବ ଓ ଉତ୍ତରାଖଣ୍ଡରେ ପେପର ଲିକ୍ ଅଭିଯୋଗ। ଏମିତିରେ କକ୍ରୋଚ ପାର୍ଟିର ଆଗାମୀ ପଦକ୍ଷେପ କଣ ହେବ? ସମସ୍ତଙ୍କ ମନରେ ଏବେ ସେଇ ଗୋଟିଏ ପ୍ରଶ୍ନ। ପଢ଼ା ବହିରେ ତ୍ରୁଟିକୁ ନେଇ ରାଜ୍ୟସାରା ତୁମ୍ବିତୋଫାନ କରୁଛି ବିଜେଡ଼ି। ବିଜେଡ଼ି କର୍ମୀଙ୍କ ଗର୍ଜନରେ କମ୍ପୁଛି ୧୬ ଜିଲ୍ଲା। ଆଗାମୀ ଦିନରେ ଅନ୍ୟ ଜିଲ୍ଲାକୁ ବ୍ୟାପିବ ଆନ୍ଦୋଳନ।
ହରଡ଼ଘଣାରେ ମୋହନ ସରକାର। ପ୍ରମାଦ ଗଣିଲେଣି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପୁସ୍ତକରେ ତ୍ରୁଟି ପାଇଁ ଜଣେ ଅଧିକାରୀଙ୍କ ମୁଣ୍ଡ ଉପରେ ସବୁ ଦୋଷ ଲଦି ଗିରଫ କରିଥିଲା ମୋହନ ସରକାର। ମାତ୍ର ସେତିକିରେ ସନ୍ତୁଷ୍ଟ ନୁହନ୍ତି ବିରୋଧୀ। ରାଜ୍ୟର ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ତଥା ରାଜକୋଷର ପାଣ୍ଠି ତ୍ରୁଟିପୂର୍ଣ୍ଣ ବହି ଛପାରେ ସ୍ୱାହା କରିଥିବା ପ୍ରତ୍ୟେକ ଲୋକଙ୍କୁ ଚିହ୍ନଟ କରି ଦଣ୍ଡିତ କରିବା ସହ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ।