CJP ଆନ୍ଦୋଳନରେ ତିଆରି ହୋଇଥିବା ଗୋଟିଏ ରିଲ୍ ଅଭିନବ ବିଷ୍ଟଙ୍କୁ ରାତାରାତି ସୋସିଆଲ ମିଡିଆ ଷ୍ଟାର କରିଦେଇଛି।
‘ତେରୀ ଗଲିଓଁ ମେଁ’ ରିଲ୍ କଲା ଚମତ୍କାର
ସେଲିବ୍ରିଟି ଓ ରାଜନେତାଙ୍କର ବି ନଜର ପଡ଼ିଲା
କେତେ ବଢ଼ିଲା ଅଭିନବଙ୍କ ସୋସିଆଲ ମିଡିଆ ପରିବାର?
‘ନ୍ୟାସନାଲ କ୍ରଶ’ ପାଲଟିଲେ ଅଭିନବ!
୨ ଦିନରେ ୧୫ କୋଟିରୁ ଅଧିକ ଭ୍ୟୁ! ମୋଦୀଙ୍କ ପାଇଁ ରାତାରାତି ଭାଇରାଲ! ଜୀବନ ବଦଳାଇ ଦେଲା CJP ଆନ୍ଦୋଳନ!
ରିଲ୍ ଭାଇରାଲ ପରେ ରାତାରାତି ପାଲଟିଗଲେ ‘ନ୍ୟାସନାଲ କ୍ରଶ’। ଏହି ଯୁବକଙ୍କ ନାମ ହେଉଛି ଅଭିନବ ବିଷ୍ଟ। ତାଙ୍କୁ ଦେଖିଲେ ଆପଣଙ୍କର ମନେ ପଡ଼ୁଥିବ ସେହି ରିଲ୍…
ନିଟ୍ ପେପର ଲିକ୍ ଜାତୀୟ ମୁଦ୍ଦା ପାଲଟିଥିବା ବେଳେ CJP ଆନ୍ଦୋଳନରେ ଯୋଗ ଦେଇ ଅଭିନବ ପାଲଟିଛନ୍ତି ‘ନ୍ୟାସନାଲ କ୍ରଶ’। ଆନ୍ଦୋଳନ ବେଳେ ଯନ୍ତରମନ୍ତରଠାରେ ହିନ୍ଦୀ ଗୀତ **”ତେରୀ ଗଲିଓଁ ମେଁ ମୋହବ୍ବତ ହୋଗୀ…”**କୁ ନେଇ ଏହି ଭିଡିଓ ତିଆରି କରିଥିଲେ ଅଭିନବ। ଯାହାକି ମାତ୍ର ଦୁଇ ଦିନ ମଧ୍ୟରେ ୧୫୨ ମିଲିୟନ୍ (୧୫.୨ କୋଟି) ଭ୍ୟୁ ଅତିକ୍ରମ କରିଥିଲା। ଭିଡିଓଟିକୁ ୬.୨ ମିଲିୟନ୍ରୁ ଅଧିକ ଲାଇକ୍ ମିଳିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଅଭିନେତ୍ରୀ ସୋନମ ଖାନ୍ ଓ ଫାତିମା ସନା ଶେଖଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱମାନେ ମଧ୍ୟ ଏହାକୁ ଲାଇକ୍ କରିଛନ୍ତି। ଓଡ଼ିଶାର ସାଂସଦ ସୁଲତା ଦେଓ ମଧ୍ୟ ଭିଡିଓଟିକୁ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ଯେତେ ଦେଖିଲେ ସେତେ ଭଲ ଲାଗେ।”
ଭାଇରାଲ ବଏ ଅଭିନବ ବିଷ୍ଟ ଜଣେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର। ସେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ମଜାଦାର ଭିଡିଓ ପାଇଁ ପରିଚିତ। ଯନ୍ତରମନ୍ତର ଯିବା ବେଳେ ତାଙ୍କର ଇନଷ୍ଟାଗ୍ରାମ ଫଲୋଅର ସଂଖ୍ୟା କେଇ ହଜାର ମଧ୍ୟରେ ସୀମିତ ଥିଲା। ମାତ୍ର “ତେରୀ ଗଲିଓଁ ମେଁ” ରିଲ୍ ଭାଇରାଲ ହେବା ପରେ ତାଙ୍କର ଇନଷ୍ଟାଗ୍ରାମ ଫଲୋଅର୍ସ ୫.୭୪ ଲକ୍ଷରେ ପହଞ୍ଚିଛି। ତାଙ୍କର ୟୁଟ୍ୟୁବ ଚ୍ୟାନେଲ Issac IRLର ସବସ୍କ୍ରାଇବର୍ ସଂଖ୍ୟା ମଧ୍ୟ ୬.୯୩ ଲକ୍ଷରେ ପହଞ୍ଚିଛି। ସୋସିଆଲ ମିଡିଆରେ ସେ ବର୍ତ୍ତମାନ ଜେନ୍-ଜି ସେନସେସନ୍ ଭାବେ ଚର୍ଚ୍ଚାରେ ରହିଛନ୍ତି।
ବଡ଼ ବଡ଼ ନ୍ୟୁଜ୍ ଚ୍ୟାନେଲ ଏବେ ଅଭିନବ ବିଷ୍ଟଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି। ଅଭିନବ କୁହନ୍ତି, “ତେରୀ ଗଲିଓଁ ମେଁ” ଗୀତକୁ ନେଇ ତାଙ୍କର ଭିଡିଓ ଭାଇରାଲ ହେବା ପରେ ଅନ୍ୟ ବଡ଼ ବଡ଼ କ୍ରିଏଟରମାନେ ମଧ୍ୟ ସେହି ଗୀତରେ ରିଲ୍ସ କରିଥିଲେ। ସେଗୁଡ଼ିକୁ ମଧ୍ୟ ମିଲିୟନ୍ ମିଲିୟନ୍ ଭ୍ୟୁ ମିଳିଥିଲା। ବାସ୍ତବରେ ଅଭିନବ ବିଷ୍ଟଙ୍କ ହସମୁଖ ଚେହେରା, ତାଙ୍କର ନୀରିହତା ଓ ସଚ୍ଚୋଟତା ହିଁ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ଏବଂ ଅଧିକ ଆକର୍ଷଣୀୟ କରିଛି।