Modi vs Mamata: Boat Ride Politics Heats Up in Bengal | Who Will Win 2026?
ମୋଦୀଙ୍କ ନୌକା ପଲିଟିକ୍ସ
ମମତା ଦେଲେ ଜବାବ
ଏବେଠାରୁ ବିଜୟର ଉଦ୍ଘୋଷ । ଜିତିଲେ ମିଠା ବାଣ୍ଟିବ, ଝାଲମୁଢି ବି ବାଣ୍ଟିବ ବିଜେପି । ପୂର୍ବୋଦୟ ଯାତ୍ରାରେ ଏଥର ପଶ୍ଚିମବଙ୍ଗରେ ବିଜୟର ଝଣ୍ଡା ପୋତିବ ପଦ୍ମ ଦଳ । ସରିଲାଣି ପୂରା ସେଟ୍ ଅପ୍ । ମୋଦୀଙ୍କ ଝାଲମୁଢି ଖିଆ ବେଶ୍ ଚର୍ଚ୍ଚାରେ । ପୁଣି ଲମ୍ବା ଲମ୍ବା ରୋଡ ଶୋ ପରେପରେ ଏବେ ଏବେ ଆସିଛି ଏଇ ଭିଡିଓ । ହୁଗଳି ନଦୀରେ ନୌକା ବିହାର କରୁଛନ୍ତି ପିଏମ । ଭୋଟରଙ୍କ ମନରେ ଛାପ ଛାଡିବାକୁ ବିଜେପିର ତଗଡା ଚାଣକ୍ୟ ନୀତି ।
ସେପଟେ ବିଜେପି ଜିତିଲେ କିଏ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ? ତାହାକୁ ନେଇ ମମତା ପ୍ରଶ୍ନ ଉଠାଇଛନ୍ତି, ଏମିତିକି ବିଜେପି ରାଜ୍ୟ ବାହାରର ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କହିଛନ୍ତି । ମାତ୍ର ଏହା କେବଳ ମମତାଙ୍କ ଗୁଜବ ବୋଲି କହି ଟିଏମସିକୁ ଆହୁରି ଖାଲକୁ ଠେଲିବାକୁ ଉଦ୍ୟମ କରିଛନ୍ତି ବିଜେପି ତୁଙ୍ଗ ନେତା ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଖାଲି ଏତିକି ନୁହେଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଅମିତ ଶାହା ପଶ୍ଚିମବଙ୍ଗରେ ଘୋଷଣା କରିଛନ୍ତି ବିଶେଷ ଅଫର । ଏ ଅଫର ମହିଳାଙ୍କ ପାଇଁ । ବିଜେପି ଜିତିଲେ, ରାଜ୍ୟର ମହିଳାମାନଙ୍କୁ ଦେବ ଫି୍ର ବସ୍ ଟିକେଟ । ତା ସାଙ୍ଗକୁ ଆହୁରି କେତେ କ’ଣ ଅଫର ବି ରହିଛି । ହେଲେ କଣ ଚାହୁଁଛନ୍ତି ପଶ୍ଚିମବଙ୍ଗବାସୀ ।
ଆଜି ବି ରହିଛି ସେଇ ହାଓ୍ବାଇ ଚପଲ, ଧଳା ଶାଢୀ ଓ ମା, ମାଟି ମାନୁଷର ଭାବନା ପ୍ରତି ଭଲପାଇବା । ଦିଦିଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛି ପଶ୍ଚିମବଙ୍ଗର ଜେନ ଜି । ବିଜେପିକୁ କଡା ଟକ୍କର ଦେବାକୁ କିଛି ବାକି ରଖି ନାହାନ୍ତି ମମତା । ଭୋଟରଙ୍କ ଦିଲ ଜିତିବାକୁ କେତେବେଳେ ଲୋକ ନତ ତ ପୁଣି କେତେବେଳେ ତଗଡା ବଙ୍ଗାଳି କବିତା କହି ମତାଇଛନ୍ତି ତେହେଲକା । କ’ଣ ହେବ ମେ’ ୪ ପରର ଦୃଶ୍ୟ ? କାହା ମୁଣ୍ଡରେ ବନ୍ଧା ହେବ ବିଜୟର ସିରପା? କାମ ଦେବ ମୋଦୀଙ୍କ ଝାଲ ମୁଢି ଷ୍ଟଣ୍ଟ ନା ଏବେବି ରହିବ ମମତାଙ୍କ ହାଓ୍ବାଇ ଚପଲର ଦମ୍ ?