ଭୋଟ ପରେ ଝଟକା !
ରାତି ପାହିଲେ ବଢିବ ଦର !
ନିର୍ବାଚନ ପରେ ମହଙ୍ଗା ମାଡ଼ !
ରାତି ପାହିଲେ, ବଢିଯିବ ପେଟ୍ରୋଲ ଦର ! ଏକାଥରକେ ପେଟ୍ରୋଲ ବଢିବ ୨୫ ଟଙ୍କା ! ଡିଜେଲ୍ ହେବ ୨୦୦ ପାର୍ !
ବିଜେପିର ହୀନ ରାଜନୀତି ! ପଶ୍ଚିମବଙ୍ଗରେ ପାଓ୍ବାର ପାଇଁ ପେଟ୍ରୋଲ ପଲିଟିକ୍ସ ! ଦିଦିଙ୍କୁ ହଟାଇବାକୁ ହୋଇଥିଲା ସାଙ୍ଘାତିକ ଷ୍ଟ୍ରାଟେଜୀ ! ଭୋଟବ୍ୟାଙ୍କ ହାତେଇବାକୁ ଭୋଟରଙ୍କ ସହ ବିଜେପି କରିଥିଲା ଛଳ ! ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସତ୍ତ୍ବେ ନିର୍ବାଚନ ପୂର୍ବରୁ ଦେଶରେ ବଢି ନଥିଲା ପେଟ୍ରୋଲ ଦର ।
ସରିଲା ନିର୍ବାଚନ, ଏବେ ସାଧାରଣ ଲୋକଙ୍କ ପକେଟ ଉପରେ ବିଜେପି ସରକାରର ସର୍ଜିକାଲ ଷ୍ଟ୍ରାଇକ! ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ଲକ୍ଷ୍ଣୌ, ଏସବୁ ସହରରେ ହଠାତ୍ ବଢିଛି ପେଟ୍ରୋଲ ଡିଜେଲ୍ ଦର ! ଖୁବଶୀଘ୍ର ଦେଶର ଅନ୍ୟ ସହରରେ ବି ଆହୁରି ବଢିବ ଏହି ଇନ୍ଧନ ମୂଲ୍ୟ! ଆସନ୍ତୁ ବୁଝିବା ଏ ହୀନ ରାଜନୀତି ପଛର ଅସଲ ଖେଳ…
ବିଜେପି ଲଢୁଛି ବିଶ୍ବର ସବୁଠୁ ବ୍ୟୟବହୁଳ ନିର୍ବାଚନ । ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବା ହଜାରହଜାର କୋଟି ଟଙ୍କା ସ୍ବାହା । କେବଳ ସୋସିଆଲ ମିଡ଼ିଆ କ୍ୟାମ୍ପନରେ ପଦ୍ମ ଦଳ ଖର୍ଚ୍ଚ କରିଛି ୪୦ କୋଟି ଟଙ୍କା । ଗୁଗୁଲ ବିଜ୍ଞାପନ ପାଇଁ ଯାଇଛି ୧୮ କୋଟି ଟଙ୍କା । ଯାହାକି ଅନ୍ୟ ଯେକୗଣସି ଦଳର ଖର୍ଚ୍ଚ ତୁଳନାରେ ଢେର ବେଶୀ । ହେଲେ ନିର୍ବାଚନୀ ଖର୍ଚ୍ଚଠୁ ବଳି ରହିଛି ଆଉ ଏକ ବଡ଼ କାରଣ…
ହର୍ମୁଜ ଷ୍ଟ୍ରେଟ ବନ୍ଦ ପରେ ଅଶୋଧିତ ତୈଳ ଦର ଆକାଶଛୁଆଁ । କିନ୍ତୁ ରାଜନୖତିକ ସ୍ବାର୍ଥ ପାଇଁ ବିଜେପି ସରକାର ଭାରତରେ ସ୍ଥିର ରଖିଥିଲା ପେଟ୍ରୋଲ ଏବଂ ଡିଜେଲ ଦର । ଫଳରେ ବଡ଼ ଧରଣର କ୍ଷତି ସହିଥିଲେ ଇଣ୍ଡିଆନ ଅଏଲ (IOC), ଭାରତ ପେଟ୍ରୋଲିୟମ (BPCL), ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL) ଭଳି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ । ପ୍ରତି ମାସର କ୍ଷତି ପରିମାଣ ପ୍ରାୟ ₹30,000 କୋଟି । ଅର୍ଥାତ ପ୍ରତିଦିନର କ୍ଷତି ପରିମାଣ ହାରାହାରି ₹1,000 କୋଟି । ଏଭଳି ସ୍ଥିତି ଲାଗି ରହିଲେ ଦେବାଳିଆ ହୋଇଯିବେ ତୈଳ କମ୍ପାନୀ । ଏଣୁ ସରକାରୀ ତୈଳ କମ୍ପାନୀଗୁଡିକର ସ୍ବାର୍ଥକୁ ଏବେ ପ୍ରାଥମିକତା ଦେବ ବିଜେପି ସରକାର । ଆଗାମୀ ଦିନରେ ଦେଶରେ ଆକାଶଛୁଆ ହେବ ପେଟ୍ରୋଲ ଏବଂ ଡିଜେଲ ଦର ।