ଜାଗୃତି ଶୁକ୍ଲାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ତେଜିଲା ବିବାଦ। ସୁଜାତା ରାଉତଙ୍କ ପାଲଟା ପ୍ରତିକ୍ରିୟା ପରେ ସୋସିଆଲ ମିଡିଆରେ ବଢ଼ିଲା ଚର୍ଚ୍ଚା। ଏହାର ପ୍ରଭାବ ଅନୁଭବ ମହାନ୍ତିଙ୍କ ଫିଲ୍ମ ‘ଛକିଶୂନ’ ଉପରେ ପଡ଼ିବ କି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।
ଅନୁଭବଙ୍କ ପତ୍ନୀଙ୍କ ପୋଷ୍ଟକୁ ନେଇ ଝଡ଼!
ସୁଜାତାଙ୍କ କଡ଼ା ଜବାବ
କକ୍ରୋଚ୍ ପାର୍ଟି ପୋଷ୍ଟରେ ଫସିଲେ ଜାଗୃତି!
ଓଡ଼ିଶାରେ କକ୍ରୋଚ ପାର୍ଟି ଆନ୍ଦୋଳନର ନିଆଁ ! କକ୍ରୋଚ ପାର୍ଟି ଆନ୍ଦୋଳନର ମଞ୍ଚକୁ ଦେଶଦ୍ରୋହୀଙ୍କ ମଞ୍ଚ କହି ଫଶିଲେ ଆକ୍ଟର ଅନୁଭବ ମହାନ୍ତିଙ୍କ ପତ୍ନୀ । ଜାଗୃତି ଶୁକ୍ଲାଙ୍କ ଫେସବୁକ ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ବାକ୍ବିତଣ୍ଡା ! ଜାଗୃତିଙ୍କୁ ଝାଡି ଦେଲେ ସୁଜାତା ରାଉତ ! ସାମ୍ବାଦିକତାକୁ ନେଇ ଦେଖାଇଲେ ଆଇନା ! ବିପଦରେ ଅନୁଭବଙ୍କ ଫିଲ୍ମ ଛକିଶୂନ । ଜେନ- ଜି ଆନ୍ଦୋଳନ ବିରୋଧୀ ମନ୍ତବ୍ୟ ପାଇଁ ବଏକଟ ହେବ ଛକିଶୂନ !

ଇଏ ହେଉଛି ସେଇ ପୋଷ୍ଟ, ଯେଉଁଥିରେ ଜାଗୃତି ଉଠାଇଛନ୍ତି ହିନ୍ଦୁ ରାଜନୀତି କଥା । ଜାଗୃତି ଲେଖିଛନ୍ତି, ଅଣ ହିନ୍ଦୁ ସ୍ବର ସବୁବେଳେ ଏକ ବିରାଟ ଏଜେଣ୍ଡା ଅଂଶ । ଏମିତିକି ଛାତ୍ରଙ୍କ ସମସ୍ୟାକୁ ଜନସମର୍ଥନ ଓ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ ପାଇଁ ବ୍ୟବହାର କରାଯାଉଥିବା ଲେଖିଛନ୍ତି ଜାଗୃତି । ଜୁଲାଇ ୧୭ରେ ଫେସବୁକ ଆକାଉଣ୍ଟ ଜାଗୃତି ଶୁକ୍ଲାଙ୍କ ଏହି ପୋଷ୍ଟ କରାଯାଇଛି । ଯାହାର ଜବାବରେ କମେଣ୍ଟ ବକ୍ସରେ ଆସିଚି କମେଣ୍ଟର ସୁନାମୀ । ଏଇ ପୋଷ୍ଟ ପାଇଁ ଜାଗୃତିଙ୍କୁ ଭୟଙ୍କର ଟ୍ରୋଲ କରିଛନ୍ତି ଅନେକ ୟୁଜର୍ସ ।
ଅନେକ ଏହାକୁ ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସହ ଯୋଡିଛନ୍ତି । ଜାଗୃତି ଆଓ୍ବାର୍ଡ ପାଇଁ ଏବେଠାରୁ ବିଜେପିକୁ ତେଲ ମାରୁଛନ୍ତି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ଅନେକ ୟୁଜର ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ମଧ୍ୟ ସାଙ୍ଘାତିକ ସମାଲୋଚନା କରିଛନ୍ତି ।
ଜାଗୃତିଙ୍କ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି ବିଜେଡି ସଦସ୍ୟ ସୁଜାତା ରାଉତ । ବିଚାରପତି ହତ୍ୟାକାଣ୍ଡ ମାମଲାରେ ଜାଗୃତିଙ୍କ ସାମ୍ବାଦିକତା ଉପରେ ପ୍ରଶ୍ନ ଉଠାଇ ସୁଜାତା ଦେଖାଇଛନ୍ତି ଆଇନା । ଗୋଟିଏ ତୀରରେ କରିଛନ୍ତି ଦୁଇଟି ଶିକାର । ଜାଗୃତିଙ୍କୁ ଟାର୍ଗେଟ କରି କରିଛନ୍ତି ବିଜେପି ନେତା ଅନୁଭବ ମହାନ୍ତିଙ୍କୁ ଘାୟଲ ।
ଥିଏଟରରେ ଅନୁଭବଙ୍କ ଫିଲ୍ମ ଛକିଶୂନ । ଜେନ-ଜି ଦର୍ଶକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି ଅନୁଭବ । ସ୍ବାମୀଙ୍କ ସ୍ବର ସାଜିଛନ୍ତି କି ଜାଗୃତି ଶୁକ୍ଲା ? ସୋସିଆଲ ମିଡ଼ିଆରେ କହୁଛନ୍ତି କି ଅନୁଭବ ମହାନ୍ତିଙ୍କ ମନର କଥା ? ନିଜେ ପ୍ରଡ୍ୟୁସର ଭାବେ ସିନେ ଦୁନିଆରେ ଏଣ୍ଟ୍ରି କରିଥିବା ବେଳେ ଜାଗୃତିଙ୍କର ଜେନ ଜି ଆନ୍ଦୋଳନକୁ ନେଇ ଏଭଳି ମନୋଭାବ ଭାରିପଡିପାରେ ।