ପୁରୀରେ ଜଗା ଦର୍ଶନ, ନିମାପଡାରେ ଛେନାଝିଲ୍ଲୀ ଡେଟ୍! ❤️🇮🇳🇰🇷 ଓଡ଼ିଆ ଝିଅ ମୋନା ଓ କୋରିଆନ୍ ଜ୍ୱାଇଁ ୟଙ୍ଗଚାନଙ୍କ ଏହି ମିଠା ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଛାଇଯାଇଛି। କେମିତି ଲାଗିଲା ଏହି ଯୋଡ଼ି? କମେଣ୍ଟରେ ଜଣାନ୍ତୁ।
ପୁରୀରେ ଜଗା ଦର୍ଶନ, ନିମାପଡାରେ ଛେନାଝିଲ୍ଲୀ ଡେଟ୍
ୟଙ୍ଗଚାନ୍-ମୋନାଙ୍କ ଭିଡିଓ ଭାଇରାଲ
କୋରିଆନ୍ ଜ୍ୱାଇଁଙ୍କୁ ମୋହିତ କଲା ଓଡ଼ିଶା
ଓଡ଼ିଶା ମାଟିରେ କୋରିଆ ପୁଅକୁ ଓଡ଼ିଆ ଝିଅର ଲଭଷ୍ଟୋରୀ । ପ୍ରଥମେ ପୁରୀରେ ଜଗା ଦର୍ଶନ ଏବଂ ପରେ ନିମାପଡାରେ ଛେନାଝିଲ୍ଲୀ ଡେଟ୍! କୋରିଆରେ ତ ବେଶ୍ କ୍ରିମି ଲଭ ଲାଇଫ ବିତାଇଛନ୍ତି, ଏବେ ଓଡ଼ିଶାରେ ନେଉଛନ୍ତି ପ୍ରେମର ଝିଲମିଲ ମଜା । କୋରିଆନ୍ ଜ୍ବାଇଁଙ୍କୁ ବେଶ୍ ପସନ୍ଦ ଆସୁଛି ଓଡ଼ିଆ ସଂସ୍କୃତି ଓ ପରମ୍ପରା । ଓଡ଼ିଶାର ପ୍ରାକୃତିକ ଦୃଶ୍ୟ ସହିତ ଏଠାକାର ଐତିହ୍ୟ ଓ ବ୍ୟଞ୍ଜନ, ସେ ସବୁ କିଛିକୁ ଅତି ନିକଟରୁ ଅନୁଭବ କରିନେଉଛନ୍ତି ଆମ କୋରିଆନ୍ ଜ୍ବାଇଁ ।

ଏମାନଙ୍କୁ ବା କିଏ ନ ଚିହ୍ନେ, ପରିଚୟ ଦେବାଟା ଟିକେ ଅତିରିକ୍ତ ହୋଇଯିବ ବୋଧେ । ହଁ ଆଜ୍ଞା ଆପଣ ଠିକ ଚିହ୍ନିଲେ । ଇଏ ଆମ ଓଡ଼ିଆ ଝିଅ ମୋନା ଏବଂ କୋରିଆନ୍ ଜ୍ବାଇଁ ୟଙ୍ଗଚାନ୍ । ଏଇ କିଛି ଦିନ ତଳେ ଶ୍ବଶୂରବାଡ଼ି ବୁଲିବା ଲାଗି ମୋନାଙ୍କ ସହ ସୁଦୂର କୋରିଆରୁ ଆସି ଓଡ଼ିଶାରେ ଲ୍ୟାଣ୍ଡିଂ କରିଛନ୍ତି ୟଙ୍ଗଚାନ । ସାଥିରେ ଆସିଛି ଆମ କୁନି ଭାଇରାଲ ଗାର୍ଲ ସିଆ ।
ମାମୁଁ ଘରେ ପହଞ୍ଚିବା ପରେ ସିଆ ପ୍ରଥମେ ପହଞ୍ଚିଥିଲା ଶ୍ରୀକ୍ଷେତ୍ର ପୁରୀରେ । ବଡ଼ଦାଣ୍ଡରେ ବସି ତାର କୁନିକୁନି ଆଖିରେ ଦେଖିଥିଲା କାଳିଆ ସାଆନ୍ତଙ୍କ ପୂରା ନଅର । ତା ସାଙ୍ଗକୁ ଓଡ଼ିଶାର ଲୋକଗୀତ ଓ ନୃଶ୍ୟର ତାଳେ ତାଳେ ତାଳିମାରି ଝୁମିଥିଲା ସିଆ । ମା’ଙ୍କ କୋଳରୁ ସିଧା ଜଗା ଦର୍ଶନ । ସିଆର ଏ କୌତୁକିଆ ଅନୁଭୂତିକୁ ଦେଖି ବେଶ୍ ରୋମାଞ୍ଚିତ ହୋଇଥିଲେ ଉପସ୍ଥିତ ଲୋକେ । ହଁ ପୁରୀ ଆସିଛି ମାନେ, ରିକ୍ସାରେ ବୁଲିବାର ମଜା ବା କେମିତି ସିଆ ନ ଉଠାଇବ । ମା’ଙ୍କ କୋଳରେ ବସି ରିକ୍ସା ରାଇଡିଂର ମଜା ନେଇଥିଲା ସିଆ ।
ମୋନା ନିମାପଡାରୁ ପୋଷ୍ଟ କରିଛନ୍ତି ୟଙ୍ଗଚାନ୍ଙ୍କ ସହ ତାଙ୍କ ଛେନା ଝିଲ୍ଲୀ ଡେଟ୍ର ଭିଜୁଆଲ । ଯାହାକୁ ଦେଖିସାରିଲେଣି ୫୬ ହଜାରୁ ଅଧିକ ଲୋକ । ଓଡ଼ିଶା ରାସ୍ତାରେ ବାଇକ ରାଡିଂର ମାଜା ଉଠାଉ ଉଠାଉ କରିଥିବା ଏ ରିଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
୨୦୨୪ ଅଗଷ୍ଟ ୮ରେ କୋରିଆର ବୋହୂ ସାଜିଥିଲେ ଆମ ଓଡ଼ିଆ ବ୍ଲଗର ମୋନାଲିସା ଦାସ । ନିୟମିତ ଭାବେ କୋରିଆନ ଲାଇଫକୁ ସେ ନିଜ ବ୍ଲଗ୍ ମାଧ୍ୟମରେ ପହଞ୍ଚାଉଥିଲେ ଓଡ଼ିଶାରେ । odisha_jhia_korea_bohu ଇନଷ୍ଟା ଆକାଉଣ୍ଟରେ ଏବେ ଅଛନ୍ତି ୨ ଲକ୍ଷ ୪୦ ହଜାର ଫଲୋଅର । ମୋନାଙ୍କର ପ୍ରତ୍ୟେକ ବ୍ଲଗକୁ ଅପେକ୍ଷା କରି ରହୁଛନ୍ତି ଫ୍ୟାନ୍ସମାନେ । ଏବେ ଓଡ଼ିଶା ବୁଲି ଆସିଥିବା ବେଳେ କେମିତି ଚାଲିଛି ବାପଘର ବୁଲା, ଜାଣିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ବଢୁଛି ଉତ୍ସୁକତା ।