‘Two Nations, One Bond’: Modi-Meloni Song Trends Across the Internet
ମୋଦୀ-ମେଲୋନୀଙ୍କ ଦୋସ୍ତି ଉପରେ ତିଆରି ହେଲା ଗୀତ!
Melody Anthem ଭାଇରାଲ, ୫ ଲକ୍ଷରୁ ଅଧିକ ଭ୍ୟୁ
ମୋଦୀଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଥିଲେ ମେଲୋନୀ
ଦୁଇ ମା’, ଏକ ଆତ୍ମା।
ଦୁଇ ଦେଶ, ଏକ ବନ୍ଧନ।
ଜୟ ଭାରତ ମାତା!
ଜୟ ମଦର ଇଟାଲୀ!
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମେଲୋଡି ଆନ୍ଥେମ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନୀଙ୍କ ବନ୍ଧୁତ୍ବର ପ୍ରତୀକ ଏ ଗୀତ । ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ଏହି ମେଲୋଡି ଆନ୍ଥେମ ।
ପୂରା ବିଶ୍ବରେ ଚର୍ଚ୍ଚାକୁ ଆସିଛି ମେଲୋଡି ଯୋଡି । ଅର୍ଥାତ ପିଏମ ମୋଦୀ ଏବଂ ପିଏମ ମେଲୋନୀଙ୍କ ଦୋସ୍ତି । eିକଟରେ ଇଟାଲୀ ଗସ୍ତ ବେଳେ ମୋଦୀଙ୍କ ପାଇଁ ତମାମ ପ୍ରୋଟକଲ ଭାଙ୍ଗିଥିଲେ ମୋଲୋନି । ମୋଦୀ ମଧ୍ୟ ଶ୍ରଦ୍ଧାରେ ତାଙ୍କ ବାନ୍ଧବୀଙ୍କୁ ଦେଇଥିଲେ ମେଲୋଡି ଚକଲେଟର ଉପହାର । ଏହି ଦୋସ୍ତି ଉଭୟ ଦେଶ ମଧ୍ୟରେ ଏକ ମଧୁର ସମ୍ବନ୍ଧର ପ୍ରତୀକ ବୋଲି କୁହାଯାଇଥିଲା ।
ମୋଦୀ ମେଲୋନିଙ୍କ ସେଇ ମଧୁର ମୁହୂର୍ତ୍ତ ଏହି ଗୀତଟି ପାଇଁ ପ୍ରେରଣା ଦେଇଥିଲା । ଯାହାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ମେଲୋଡି ଆନ୍ଥେମର ଏ ଭିଡିଓଟିରେ ଇଟାଲୀର ଏକ ଛୋଟିଆ ଗ୍ରାମ ଟସ୍କାନୀକୁ ଦର୍ଶାଯାଇଛି । ଯେଉଁଠାରେ ବସି ଜଣେ ମହିଳା ବସି ଏହି ଲୋକଗୀତ ଗାଉଛନ୍ତି । ହାତରେ ଅଛି ତାଙ୍କ ଜେଜେମାଙ୍କ ପୁରୁଣା ମାଣ୍ଡୋଲିନ୍ । ଯାହାକୁ ବଜାଇ ସେ ମୋଦୀ-ମେଲୋନୀଙ୍କ ବନ୍ଧୁତ୍ବ ଉଦ୍ଦେଶ୍ୟରେ ଏ ଗୀତଟିକୁ ଗାଉଛନ୍ତି ।
ଏହି ଗୀତଟିକୁ ବିୟୋଣ୍ଡ କନସିଅସ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରାଯାଇଛି । ଏହାକୁ ମେଲୋଡି ଆନ୍ଥେମ ଭାବେ ଅଭିହିତ କରାଯାଇଛି । ଇନଷ୍ଟା ଆକାଉଣ୍ଟ ବିୟୋଣ୍ଡ କନସିଅସ ୭ରେ ମଧ୍ୟ ଏହାକୁ ଅପଲୋଡ କରାଯାଇଛି । ଡେସକ୍ରିପସନରେ କୁହାଯାଇଛି ସେହି ଗୀତ କେବଳ ମୋଦୀ କିମ୍ବା ମେଲୋନିଙ୍କ ପାଇଁ ନୁହେଁ; ଏହା ଭାରତ ଓ ଇଟାଲୀର ଚିରନ୍ତନ ବନ୍ଧୁତ୍ୱ ପାଇଁ ଏକ ସ୍ୱାଗତ ସଙ୍ଗୀତ। ମେଲୋଡି ଆନ୍ଥେମକୁ ଦେଖିଲେଣି ୫ ଲକ୍ଷରୁ ଅଧିକ ଲୋକ ।
ଏହା କେବଳ ଦୁଇ ଜଣ ବ୍ୟକ୍ତିଙ୍କର ବନ୍ଧୁତ୍ବର ଗୀତ ନୁହେଁ, ବରଂ ଏହି ଗୀତରେ ରହିଛି ଦୁଇ ଦେଶର ସଂସ୍କୃତି, ପରମ୍ପରା ଓ ମାନବିକତାର ସୁନ୍ଦର ମିଳନ। ଯେମିତି ଦୁଇ ମା’—ଭାରତ ମାତା ଓ ମଦର୍ ଇଟାଲୀ—ଏକ ଆତ୍ମାର ଦୁଇଟି ରୂପ।