ୟୁଟ୍ୟୁବ ଶିକ୍ଷକଙ୍କୁ ନେଇ ଅଞ୍ଜନାଙ୍କ ମନ୍ତବ୍ୟ ପରେ ଝଡ଼! ସୋସିଆଲ ମିଡିଆରେ ଆରମ୍ଭ ହେଲା ଟ୍ରୋଲ ବର୍ଷା
ୟୁଟ୍ୟୁବ ଶିକ୍ଷକଙ୍କୁ ନେଇ ଅଞ୍ଜନାଙ୍କ ମନ୍ତବ୍ୟ ପରେ ଝଡ଼!
ୟୁଟ୍ୟୁବ ଟିଚରଙ୍କୁ ଟାର୍ଗେଟ କରି ଫସିଗଲେ ଅଞ୍ଜନା? ଭାଇରାଲ ହେଉଛି ପୁରୁଣା ଭିଡିଓ
NEET, CUET ଓ ପେପର ଲିକ ବିବାଦ ଭିତରେ ଅଞ୍ଜନାଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଅସନ୍ତୋଷ
ବନ୍ଧା ହେବେ ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କସ୍ୟପ ! ୟୁଟ୍ୟୁବ ଶିକ୍ଷକଙ୍କ ପାଇଁ ଆପତ୍ତି ଜନକ କଥା କହି ଫସି ଗଲେ ଜାତୀୟ ଗଣମାଧ୍ୟମର ଏହି ବରିଷ୍ଠ ସାମ୍ବାଦିକା । ମୋଦୀ ସରକାରକୁ ଏକ ପାଖିଆ ସମର୍ଥନ କରି ଜେନ ଜିଙ୍କ ଆକ୍ରୋଶରେ ଅଞ୍ଜନା ଓମ୍ କସ୍ୟପ । ଏହି ନ୍ୟୁଜ ଆଙ୍କରିଂ ଭାଇରାଲ ହେବା ପରେ ପୂରା ଦେଶର ୟୁଟ୍ୟୁବ ଶିକ୍ଷକଙ୍କ ଟାର୍ଗେଟକୁ ଆସିଛନ୍ତି ଅଞ୍ଜନା ।
ନିଟ୍ ପେପର ଲିକ, ସିବିଏସଇ ସ୍କାମ ଏବଂ ସିୟୁଇଟି ୟୁଜି ୨୦୨୬ ପରୀକ୍ଷା ରଦ୍ଦ । ନିକଟରେ ଘଟିଯାଇଥିବା ଏଭଳି ଘଟଣାକୁ ନେଇ ସୋସିଆଲ ମିଡିଆରେ ସ୍ବର ଉଠାଇଥିଲେ ୟୁଟ୍ୟୁବ ଶିକ୍ଷକମାନେ । ଏମାନଙ୍କର ଏହି ଭିଡିଓ ଭାଇରାଲ ହେବା ଭିତରେ ସୋସିଆଲ ମିଡିଆରେ ଜନ୍ମ ନେଇସାରିଥିଲା କକ୍ରୋଚ ଜନତା ପାର୍ଟି । ଯାହାକି ଅସନ୍ତୋଷ ବେକାର ଜେନ ଜିଙ୍କ ଦଳ ବୋଲି କୁହାଯାଉଥିଲା । ଜେନ ଜି ମଧ୍ୟ ପେପର ଲିକ ଭଳି ସମସ୍ୟାକୁ ନେଇ ସ୍ବର ଉଠାଇଥିବା ବେଳେ ଦେଶର ଏକ ବିଶାଳ ଅଂଶର ଅସନ୍ତୋଷ ମୋଦୀ ସରକାର ଉପରେ ବଢିବାରେ ଲାଗିଛି । ଏମିତିରେ ସବୁ ବେଳେ ମୋଦୀ ସରକାରକୁ ବିନାକାରଣରେ ବଢେଇ ଚଢେଇ ପ୍ରଶଂସା କରୁଥିବା ଏହି ସାମ୍ବାଦିକା ବା କେମିତି ଚୁପ ରହିଥାଆନ୍ତେ ।
ଅଞ୍ଜନାଙ୍କ ଏହି ଉପସ୍ଥାପନାକୁ ନେଇ ଖାନ୍ ସାରଙ୍କ ଠାରୁ ଆରମ୍ଭ କରି ତମାମ ୟୁଟ୍ୟୁବ ଟିଚର ଏବେ ଏକ ବିପ୍ଳବ ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ଅଞ୍ଜନାଙ୍କୁ ଭରିଭରି ଟ୍ରୋଲ କରାଯାଉଛି । ଏମିତିକି ଲୋକେ କମେଣ୍ଟ କରୁଛନ୍ତି , ନିଜେ ମିଛ ଖବର ଚଳାଉଥିବା ଅଞ୍ଚନା ଶିକ୍ଷକମାନଙ୍କୁ କେମିତି ଅପଶବ୍ଦ କହିପାରୁଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, ୟୁଟ୍ୟୁବ ଟିଚରଙ୍କୁ ଯଦି ବାସ୍ତବରେ କିଛି ଜଣା ନାହିଁ ତେବେ ଅଞ୍ଜନା ଓ ଖାନ ସାରଙ୍କ ମଧ୍ୟରେ କରାଯାଉ ଏକ ବିତର୍କ । ସକୁ କିଛି ସ୍ପଷ୍ଟ ହୋଇଯିବ ।
ନଜର ପକାଇବା ଅଞ୍ଜନାଙ୍କ କ୍ୟାରିଅର ଉପରେ । ଅଞ୍ଜନା ଓମ୍ କସ୍ୟପଙ୍କ ବାର୍ଷିକ ଦରମା ୪ କୋଟିଟଙ୍କା । ମାସକୁ ସେ ଆୟ କରନ୍ତି ୩୩.୩୩ ଲକ୍ଷ ଟଙ୍କର । ଯଦି ପୁରୁଣା ଦିନଗୁଡିକୁ ବିଚାରକୁ ନିଆଯାଏ ତେବେ ତାଙ୍କ ବାର୍ଷିକ ଦରମା ଅତିକମରେ ଥିଲା ୧ କୋଟି ୫୦ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ । ଅଞ୍ଜନାଙ୍କୁ ଦରମାକୁ ନେଇ ଏଭଳି ତଥ୍ୟ ପ୍ରଦାନ କରିଛି ସାଲାରୀ ଡଟ୍କମ୍ ନାମକ ଏ ଓ୍ବେବସାଇଟ ।
ଏବେ ଦେଖନ୍ତୁ ଖାନ୍ ସାରାଙ୍କ ଭଳି ୟୁଟ୍ୟୁବ ଶିକ୍ଷକମାନେ ପିଲାଙ୍କଠାରୁ ନିଅନ୍ତି କେତେ ପାରିଶ୍ରମିକ । ନିଟ୍ ଭଳି ବଡ଼ବଡ଼ ପରୀକ୍ଷା ପାଇଁ ମଧ୍ୟ ପିଲାମାନଙ୍କୁ ୩-୪ ହଜାର ଟଙ୍କାର ପୂରା କୋର୍ସର ପ୍ରସ୍ତୁତି କରାଇ ଥାଆନ୍ତି ଖାନ ସାର । ଏମିତିକି ଅନେକ ଗରିବ ପିଲାଙ୍କୁ ବିନାମୂଲ୍ୟରେ ସେ ପାଠପଢାଇଛନ୍ତି । ଏହା ହିଁ କାରଣ ଯେ ଆଜି ଖାନ ସାରଙ୍କ କୋଚିଂ ସେଣ୍ଟରରେ ପିଲାଙ୍କ ଭିଡ଼ ଲାଗିଛି ।
ପ୍ରଥମେ ଛାତ୍ର, ଏବେ ଶିକ୍ଷକ । ଜଣେ ଦେଶର ଭବିଷ୍ୟତ ଓ ଆଉ ଜଣେ ଦେଶର ଭବିଷ୍ୟତ ନିର୍ମାତା । ଏମାନଙ୍କୁ ଟାର୍ଗେଟ କରି ନିଜ ଗୋଡ଼ରେ ନିଜ; କୁରାଢି ମାରୁଛି ମୋଦୀ ସରକାର ।