Modi-Raghav deal final : Bhagawant Mann in Trouble | Raghav Chadha to be Punjab CM !
ମୋଦୀଙ୍କ ସହ ଡିଲ୍, ମୁସ୍କିଲରେ ମାନ୍
ଦିନେ ଖୋଲା ଆଖିରେ ସ୍ବପ୍ନ ଦେଖିଥିଲେ, ଆଜି ତାହା ପୂରଣ ହେବାକୁ ଯାଉଛି । ପିଏମ୍ ନ ହେଲେ ମଧ୍ୟ ବର୍ତ୍ତମାନ ପାଇଁ ସିଏମ ହେବେ ଧନୀ ପତ୍ନୀଙ୍କ ଏ ଗରିବ ସ୍ବାମୀ । ହଁ ଆଜ୍ଞା ସତ୍ତା ପର୍ଯ୍ୟନ୍ତ ସବୁ ବାଟ ଖୋଲିଯାଇଛି ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ପାଇଁ । ଗୋଟିଏ ଷ୍ଟେପରେ ରାଘବ ମାରିବେ ଟ୍ରିପିଲ ପ୍ରମୋସନର ଲମ୍ଫ ! କ’ଣ ଏ ପ୍ରମୋସନ୍ ସବୁ ? ପ୍ରଥମ କଥା, ବିଜେପିରେ ବିଲୟ ସହ ରାଜ୍ୟସଭାରେ ପଦ ଓ ପାଓ୍ବାର ସେଫ୍ ! ଦ୍ବିତୀୟରେ ପଦ୍ମ ଧରିବା ପରେ ମୋଦୀ କ୍ୟାବିନେଟ୍ ପର୍ଯ୍ୟନ୍ତ ବାଟ ସଫା! ତୃତୀୟରେ ଖାଲି ମନ୍ତ୍ରୀ ପଦ ନୁହେଁ, ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଚାହୁଁଛନ୍ତି ରାଘବ ଚଢା ! କାଲି ପର୍ଯ୍ୟନ୍ତ ଯେଉଁ ପଦ୍ମ ଦଳକୁ ଗୁଣ୍ଡାଙ୍କ ଦଳ କହୁଥିଲେ, ଆଜି ତାର ମନ୍ତ୍ରୀ ପାଲଟିବେ ରାଘବ ଚଢା ।
ମାନ୍ ସରକାର ଭାଙ୍ଗିବାକୁ ବ୍ଲୁପ୍ରିଣ୍ଟ ରେଡ୍ଡି
ମୋଦୀଙ୍କ ସହ ଡିଲ୍ ପକ୍କା, ମୁସ୍କିଲରେ ମାନ୍ ସରକାର, ରାଘବ ଚଢା ହେବେ ପଞ୍ଜାବର ନୂଆ ସିଏମ ! କେନ୍ଦ୍ର କ୍ୟାବିନେଟ୍ଠୁ ବେଶୀ, ପଞ୍ଜବ ସିଏମ ପଦ ଉପରେ ରାଘବ ଚଢାଙ୍କ ନଜର ! ପଞ୍ଜାବରେ ମାନ୍ ସରକାର ଭାଙ୍ଗିବାକୁ ରାଘବଙ୍କ ବ୍ଲୁପ୍ରିଣ୍ଟ ରେଡ୍ଡି ! ରାଜ୍ୟ ସଭାରେ ଆମ୍ ଆଦମୀ ପାର୍ଟିର ୧୦ ସାଂସଦଙ୍କ ମଧ୍ୟରୁ ୭ ଜଣଙ୍କୁ ବିଜେପି ଶିବିରକୁ ଉଡାଇ ଆଣିଛନ୍ତି ରାଘବ ଚଢା । ଏବେ ମାନ୍ ସରକାରରୁ ରାଘବ କରିବେ ୬୩ ବିଧାୟକଙ୍କ ହରଣ ! ରାଘବଙ୍କ ଦାବି ଯେ ଏବେ ତାଙ୍କ ପାଖରେ ପଞ୍ଜାବ ସରକାରର ୪୮ ବିଧାୟକଙ୍କ ସମର୍ଥନ ରହିଛି । ଖୁବଶୀଘ୍ର ଆସିବ ଏମାନଙ୍କ ଲିଖିତ ଦସ୍ତଖତ । କିଛି ଦିନ ମଧ୍ୟରେ ୬୩ ଛୁଇଁବ ସମର୍ଥକ ବିଧାୟକଙ୍କ ସଂଖ୍ୟା । ଯାହାପରେ ପଞ୍ଜାବରେ ଗଢା ହେବ ବିଜେପି ସରକାର । ରାଘବ ହେବେ ପଞ୍ଜାବରେ ବିଜେପିର ସିଏମ ।
ରାଘବଙ୍କ ପ୍ରତିଶୋଧ:
ଆମ ଆଦମୀ ପାର୍ଟିଠାରୁ ରାଘବ ଚଢା ନେଇଛନ୍ତି ଭୟଙ୍କର ପ୍ରତିଶୋଧ । ଯେଉଁ ରାଜ୍ୟସାଭରେ ଅରବିନ୍ଦ କେଜରିଓ୍ବାଲ ତାଙ୍କଠାରୁ କହିବାର ପାଓ୍ବାର ଛଡାଇ ନେଇଥିଲେ, ଆଜି ସେଇ ରାଜ୍ୟ ସଭାରେ ଏବେ ଅପୋଜିସ୍ନର ପାଓ୍ବାର ଓ ବିଶ୍ବସ୍ତ ଚେହେରା ଛଡାଇ ନେଇ ଆମ୍ ଆଦମୀ ପାର୍ଟିକୁ ନିରସ୍ତ୍ର କରିଦେଇଛନ୍ତି ରାଘବ ଚଢା । ରାଘବ ଆଣ୍ଡ କୋର ଏ ବିଲୟ ଅପୋଜିସନ ପାଇଁ ଆଣିଛି ‘ଭିଟୋ ମୃତ୍ୟୁ’ । ବିଜେବି ହାତରେ ରାଘବ ଧରାଇ ଦେଇଛି, ମେଜରିଟିର ଅମୋଘ ଅସ୍ତ୍ର । ରାଘବ ଆଣ୍ଡ କୋଙ୍କ ବିଲୟ ପରେ ୨୪୫ ଆସନ ବିଶିଷ୍ଟ ରାଜ୍ୟ ସଭାରେ ଏନଡିଏ ଓ ଏହାର ସହଯୋଗୀ ଦଳର ସଦସ୍ୟ ସଂଖ୍ୟା ୧୪୬ରେ ପହଞ୍ଚିଥିବା ବେଳେ ଅପୋଜିସନ ଇଣ୍ଡି ବ୍ଲକର ସଂଖ୍ୟା ୭୫କୁ ଖସିଆସିଛି । ଯାହାର ସିଧା ଅର୍ଥ ହେଲା କୌଣସି ବିଲ୍ କୁ ଏକ ଚୟନ କମିଟି ନିକଟକୁ ପଠାଇବାକୁ ବାଧ୍ୟ କରିବା ଅଥବା ଏକ ନିକଟତମ ଡିଭିଜନ ଭୋଟ୍ ଟ୍ରିଗର କରିବା ନେଇ ଅପୋଜିସନର କ୍ଷମତା ଲୋପ ପାଇଛି। ଖାଲି ଏତିକି ନୁହେଁ, ରାଘବଙ୍କ ବିଲୟ କାରଣରୁ ମିଳିଥିବା ସଂଖ୍ୟାଗରିଷ୍ଠତା କାରଣରୁ ମୋଦୀ ସରକାର ଏଣିକି ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡ୍ ତଥା ଆୟକର ୨୦୨୫ ସଂସ୍କାର ଭଳି ଏଜେଣ୍ଡା ଗୁଡିକୁ ସହଜରେ ଆଗେଇ ନେଇପାରିବେ । ଏବେ ବଡ଼ ପ୍ରଶ୍ନ ହେଲା ବିଜେପିର ହାତ ମୁଠା ଟାଣ କରି କେତେ ସଫଳ ହେବ ରାଘବଙ୍କ ପଲିଟିକାଲ ପ୍ଲାନ ? ସେଫ ହୋଇଯିବ କି ରାଘବଙ୍କ ରାଜନୖତିକ କ୍ୟାରିଅର?
ପଞ୍ଜାବର ଗଳି କନ୍ଦିରେ ‘ଗଦ୍ଦାର’ର ନାରା
ପଞ୍ଜାବର ଗଳି କନ୍ଦିରେ ‘ଗଦ୍ଦାର’ର ନାରା! ଆପ୍ ଛାଡିଥିବା ରାଘବ ଚଢା ଓ ଅନ୍ୟ ନେତାଙ୍କ କାର୍ଯ୍ୟାଳୟ ଫାଟକରେ ଗଦ୍ଦାର ବୋଲି ଲେଖୁଛନ୍ତି ଦଳୀୟ କର୍ମୀ । ସେପଟେ ଏ ପୂରା ଘଟଣା କ୍ରମରେ ଆସିଛି ସମାଜ ସେବୀ ଆନ୍ନା ହଜାରେଙ୍କ ପ୍ରତିକ୍ରିୟା । କେଜରିଓ୍ବାଲଙ୍କୁ ଯେତିକି ନିନ୍ଦା କରିଛନ୍ତି, ରାଘବଙ୍କୁ ମଧ୍ୟ ସେତିକି ସମାଲୋଚନା କରିଛନ୍ତି ଆନ୍ନା ।
ଜେନ୍ ଜିଙ୍କ ଶକ୍ତ ଜବାବ୍
ସବୁଠୁ ବଳି, ଏ ଦଳବଦଳ ପଲିଟିକ୍ସ ପାଇଁ ସୋସିଆଲ ମିଡିଆରେ ରାଘବଙ୍କୁ ମିଳିଛି ଜେନ୍ ଜିଙ୍କ ଶକ୍ତ ଜବାବ । ରାଘବଙ୍କୁ ଅନଫଲୋ କରିଛନ୍ତି ୨ ମିଲିୟନରୁ ଅଧିକ ଲୋକ । ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଏହା ଏକସାଇଲେଣ୍ଟ ମେସେଜ୍ — ଯାହା ବିନା ଶବ୍ଦରେ ରାଘବଙ୍କ ଭାବମୂର୍ତ୍ତିକୁ ନେଇ କହିଦେଉଛି ବହୁତ କିଛି ।